Advertisment

ମମିତା ହତ୍ୟାକାଣ୍ଡ: ଏସ୍‌ପି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି

Advertisment
ମମିତା ହତ୍ୟାକାଣ୍ଡ: ଏସ୍‌ପି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି

ବୌଦ୍ଧ: ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଗୁରୁବାର ବୌଦ୍ଧ ବିଜେପି ଦଳ ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କୁ ଉଦ୍ଦେଶ୍ୟରେ ଏକ ଦାବିପ୍ରତ ପ୍ରଦାନ କରାଯାଇଛି। ରାମଲୀଳା ପଡ଼ିଆ ନିକଟରୁ ଏକ ବିରାଟ ‌ଶୋଭାଯାତ୍ରାରେ ବାହାରି ଏସ୍‌ପି ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ଆନ୍ଦୋଳନକାରୀମାନେ ପୁଲିସ ବ୍ୟାରିକେଡ୍‌ ଠେଲି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ପୁଲିସ ଧସ୍ତାଧସ୍ତି ହୋଇଥିଲା। ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେଇ ପୂର୍ବ ସାଂସଦ ଐର ଖାରବେଳ ସ୍ବାଇଁ ରାଜ୍ୟ ସରକାର ବିରୋଧରେ ଗର୍ଜିଥିଲେ।

ବେବିନାଠୁ ମମିତା ପର୍ଯ୍ୟନ୍ତ ସବୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ସମସ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ। ପୂର୍ବରୁ କୌଣସି ବ୍ୟକ୍ତି ବିଷୟରେ ସାମାନ୍ୟ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଏବେ ଆଉ ସେଭଳି କିଛି ଦେଖାଯାଉ ନାହିଁ। ଫଳରେ ରାଜ୍ୟରେ ନାରୀଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି ବୋଲି କହିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଟଳ ପ୍ରଧାନ, ସୁଶାନ୍ତ ପ୍ରଧାନ, ମନରଞ୍ଜନ ଦାଶ, ନମିତାରାଣୀ ଦାଶ, ସୁଶାନ୍ତ ପ୍ରଧାନ, ମାଗୁଣି ଗାଇଗୌରିଆଙ୍କ ସହ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe