୨ ଗୋଷ୍ଠୀ ପାଳିଲେ ବିଜେପି ପ୍ରତିଷ୍ଠା ଦିବସ

Advertisment
୨ ଗୋଷ୍ଠୀ ପାଳିଲେ ବିଜେପି ପ୍ରତିଷ୍ଠା ଦିବସ

Sambad

ଜୟପୁର: ଭାରତୀୟ ଜନତା ପାର୍ଟି ଜୟପୁର ମଣ୍ଡଳ ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ବିଜେପି କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି। ଏଥିରେ ରାଜ୍ୟସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟ ଯୋଗ ଦେଇ ଆଗାମୀ ଦିନରେ ଘରକୁ ଘର ବୁଲି କେନ୍ଦ୍ରସରକାର କରିଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ଏବଂ ରାଜ୍ୟରେ କିଭଳି କାର୍ଯ୍ୟକାରୀ ହେଉଛି ସେ ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ବୈଦ୍ୟନାଥ ମିଶ୍ର, ଚନ୍ଦ୍ରଶେଖର ରଥ, ଉପସଭାପତି ଅଞ୍ଜଳି ମିଶ୍ର, ଜୟପୁର ନଗର ସଭାପତି ସାଧୁଦାସ ଚୌଧୁରୀ, ଉପସଭାପତି ସଞ୍ଜୟ ବେହେରା, ସଂପାଦକ ରାଧାଶ୍ୟାମ ପରିଡ଼ା, ରଘୁନାଥ ପାଣିଗ୍ରାହୀ, ମହିଳା ମୋର୍ଚ୍ଚା ସଭାପତି ସାବିତ୍ରୀ ବେହେରା, ଉପସଭାପତି ସୀମା କରନ, ଭବାନୀ ରେଡ୍ଡୀ, ରାମୁ ବେହେରା, ଲିଟି ପଟ୍ଟନାୟକ, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ତବରଜ ବେଗ, ଅରୁଣ ବେହେରା, ଧନରରାଜ ଖୋସଲା, ମଧୁ ହିଆଲ ଏବଂ ଅନ୍ୟ କର୍ମକର୍ତ୍ତା ଭାଗ ନେଇଥିଲେ।

publive-image Sambad

ଜୟପୁର ପ୍ରତ୍ୟକ ସାହିରେ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ବିଜେପି ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ନଗର ସଭାପତି ସାଧୁଦାସ ଚୌଧୁରୀ ସୂଚନା ଦେଇଛନ୍ତି। ସେଭଳି ଆଜି ପୃଥକ ଭାବେ ପାରାବେଢ଼ା ଠାରେ ବିଜେପିର ପୁରଣା ନେତା ମାନଙ୍କ ଦ୍ବାରା ଅଲଗାରେ ଅନ୍ୟ ଏକ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ବାହିନୀପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ବିଜୟ ମିଶ୍ର, ଅକ୍ଷୟ ପଟ୍ଟନାୟକ, ଅକ୍ଷୟ ସାହୁ,‌ ଅରୁଣ ଭଟ୍ଟମିଶ୍ର, ଲଲିତ ଅଗ୍ରୱାଲ ପ୍ରମୁଖ ଭାଗ ନେଇଥିଲେ। ଏହି ଅବସରରେ ଦଳରର ବରିଷ୍ଠ ନେତା କୌଳାସ ହୋତା, ବିଜୟ ନାୟକ, ଗୁପ୍ତେଶ୍ବର ଦଣ୍ଡସେନା, ସୁଧାଂଶୁ ପାଢ଼ୀ, ଜୀବରାମ ପଟେଲ, ଶରତ ଖଡଗରାୟ, କୈଳାସ ରାଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ କିଛି ଦିନ ହେବ ବିଜେପିର ଦୁଇ ଗୋଷ୍ଠୀ ପୃଥକ ପୃଥକ ଭାବେ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe