୧୪ରୁ ତିନି ଦଫା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରିବ ବିଜେପି

୧୪ରୁ ତିନି ଦଫା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରିବ ବିଜେପି

ଖୋର୍ଦ୍ଧା: ରାଜ୍ୟରେ ଅନିୟନ୍ତ୍ରିତ ଦୁର୍ନୀତି ଓ ପଞ୍ଚାୟତର କ୍ଷମତାକୁ ଜାଣିଶୁଣି କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ କରି ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବି‌କ୍ଷୋଭ ପ୍ରଦର୍ଶନ କରାଯିବ। ସୋମବାର ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ଅପରାହ୍‌ଣରେ ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ନିକଟରେ ସିଏଜି ରିପୋର୍ଟରେ ଏନେଇ ସ୍ପଷ୍ଟଭାବେ ଦର୍ଶାଯାଇଛି। କେବଳ ଏହାନୁହେଁ, ଆମ ଓଡ଼ିଶା ନବୀନ ଓଡ଼ିଶାଭଳି ଅନେକ ନୂତନ ଯୋଜନାଗୁଡ଼ିକରେ ପଞ୍ଚାୟତ ପ୍ରତିନିଧି ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୂରେଇ ରଖାଯାଇଛି। ଏହାର ସହ ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରତ୍ୟେକ ଠିକା, ଭତ୍ତା ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ନିର୍ମାଣ  ଆଦି ପ୍ରତ୍ୟେକ କାମ‌ରେ ୫୦ ପ୍ରତିଶତ ଲାଞ୍ଚ ନିଆଯାଉଛି। ଏହି ସବୁ ବିରୋଧରେ ରାଜ୍ୟସଂଗଠନର ନିଷ୍ପତ୍ତି କ୍ରମେ ନଭେମ୍ବର ୧୪ରୁ ୧୮ ତାରିଖ ଜିଲ୍ଲାର ସବୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଆଦି ଦିଆଯିବ। ଏଥିରେ ବିଜେପିର କର୍ମକର୍ତା, ସଦସ୍ୟସଦସ୍ୟାଙ୍କ ସାଧାରଣ ଜନତା ମଧ୍ୟ ଯୋଗ ଦେବେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଗଠନର ଉପସଭାପତି ମାଗୁଣି ସେଠୀ, ରାଜ୍ୟ କୃଷକ ମୋର୍ଚ୍ଚାର ରାଜୀବ ଲୋଚନ ଷଡ଼ଙ୍ଗୀ, ପୂର୍ବତନ ସଭାପତି ନିକୁଞ୍ଜ ପଟ୍ଟନାୟକ, ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପ୍ରତାପ ମହାପାତ୍ର, ବିଦ୍ୟୁତ୍‌ କାଣ୍ହି, ମଣ୍ଡଳ ସଭାପତି ଦିଲୀପ ପାଣି, ବଦ୍ରିନାରାୟଣ ଦାଶ, ଦେବ ଆଚାର୍ଯ୍ୟ ପ୍ରମୁଖଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe