୪ ବିଧାନସଭା ଆସନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ, ବସ୍ତାରୁ ଲଢ଼ିବେ ରଘୁ ମହାନ୍ତି

ବିଜେପିରେ ଯୋଗଦେଲେ ପୂର୍ବତନ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ

photo by : Hindustan Times

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାରତୀୟ ଜନତା ପାର୍ଟି ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ହୋଇଥିବା ଘୋଷଣା ଅନୁସାରେ ନିକଟରେ ବିଜୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ରଘୁନାଥ ମହାନ୍ତିଙ୍କୁ ବସ୍ତାରୁ ଦଳୀୟ ଟିକେଟ ମିଳିଛି।

ନିଆଳି: ଛବି ମଲ୍ଳିକ
ବସ୍ତା: ରଘୁନାଥ ମହାନ୍ତି
ଭୋଗରାଇ: ମାନସ ମହାନ୍ତି
ଚମ୍ପୁଆ: ମୁରଲୀ ଶର୍ମା

publive-image The Hindu

ସୂଚନାଯୋଗ୍ୟ ବସ୍ତା ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନ ବିଧାୟକ ଥିବା ନିତ୍ୟାନନ୍ଦ ସାହୁଙ୍କୁ ପୁଣି ଥରେ ଟିକେଟ ମିଳିଥିବା ବେଳେ ବ୍ଲକ ଚ୍ୟାୟାରମ୍ୟାନ ବିଜନ ନାଏକ କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଅନ୍ୟପକ୍ଷରେ ବିଜେଡିର ପୂର୍ବତନ ବରିଷ୍ଠ ତଥା ଚର୍ଚ୍ଚିତ ନେତା ରଘୁନାଥ ମହାନ୍ତି ନିର୍ବାଚନକୁ ନେଇ ଅନେକ ଆଶାବାଦୀ ଥିବା ଜଣାପଡ଼ିଛି। କାରଣ ବିଜେଡିରୁ ଟିକେଟ ନମିିଳବା ପରେ ରଘୁ ମହାନ୍ତି ବିଜେପିରେ ଯୋଗ ଦେଇଥିଲେ। ରାଜନୈତିକ ନେତାମାନେ ଆକଳନ କରୁଥିଲେ ଯେ, ରଘୁ ମହାନ୍ତିଙ୍କୁ ବିଜେପି ଟିକେଟ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe