ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଓ ବହିଷ୍କାର ଦାବି ନେଇ ବିଜେପିର ଧାରଣା

Advertisment
ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଓ ବହିଷ୍କାର ଦାବି ନେଇ ବିଜେପିର ଧାରଣା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୁବ ବିଜେପି ସଂଗଠନ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଓ ବହିଷ୍କାର ଦାବି ନେଇ ଧାରଣା ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଭବାନୀ ଶଂକର ମୁଖର୍ଜୀଙ୍କ ନେତୃତ୍ବରେ ଶତାଧିକ ଯୁବ କର୍ମୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଜେଡି ଏବଂ ପ୍ରତାପ ଜେନାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ମାହାଙ୍ଗାରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀଙ୍କ ପ୍ରରୋଚନାରେ ଏବଂ ଷଡଯନ୍ତ୍ରରେ ପ୍ରତିହିଂସାପରାୟଣ ହୋଇ ବିଜେପିର ବରିଷ୍ଠ ନେତାଙ୍କୁ ହତ୍ୟା କରିବା ନିନ୍ଦନୀୟ ଏବଂ ଘୃଣ୍ୟ କାମ ବୋଲି ଅଭିଯୋଗ କରାଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୋଧରେ ସ୍ବରୋତ୍ତଳନ କରିବା ଯୋଗୁଁ ତାଂକୁ ଶାସକ ବିଜେଡି ହତ୍ୟା କରିବାରେ ପଛେଇ ନାହିଁ।

ରାଜନୀତିରେ ଏଭଳି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ।ବିରୋଧୀ ଦଳର ନେତାମାନଙ୍କୁ ହତ୍ୟା କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସଂପୃକ୍ତ ରହିଛନ୍ତି।ଆଇନ ମନ୍ତ୍ରୀ ଯଦି ଆଇନ ଭାଙ୍ଗିବେ ତେବେ ରାଜ୍ୟର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରାଯାଇଛି।ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଗଲାଣି।ଏନେଇ ବିଜେପି ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଶାସକ ଦଳର ସରକାର ଶୁଣୁନାହିଁ।ହତ୍ୟା ଘଟଣାରେ ସାମିଲ ଥିବା ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ବିଜେପିର ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe