ପଞ୍ଚାୟତ ନିର୍ବାଚନ ସ୍ୱଚ୍ଛ ଓ ଅବାଧ ପାଇଁ ବିଜେପିର ସ୍ମାରକପତ୍ର

Advertisment
ପଞ୍ଚାୟତ ନିର୍ବାଚନ ସ୍ୱଚ୍ଛ ଓ ଅବାଧ ପାଇଁ ବିଜେପିର ସ୍ମାରକପତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ୱଚ୍ଛ ଓ ଅବାଧ ସହ ରାଜନୈତିକ ନିରପେକ୍ଷତା ଭାବେ ପରିଚାଳିତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ଣରେ ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଶତାଧିକ କର୍ମକର୍ତା ଓ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚଥିଲେ । ଏନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନକୁ ରାଜନୈତିକ ଦୁର୍ନୀତିମୁକ୍ତ ଓ ନିରପେକ୍ଷ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି ।

ଏହା ସହ ଗାଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ସମୟରେ କୌଣସି ଅନିୟମିତତା ଓ ବିଶୃଙ୍ଖଳା ଆଦିରେ ଆପତ୍ତି ଅଭିଯୋଗ ସମୟରେ ବିଜେପିର କର୍ମକର୍ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ବିଜେପି କର୍ମକର୍ତ୍ତାଙ୍କଠାରୁ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ ସ୍ମାରକପତ୍ର ଗ୍ରହଣ କରିଥିଲେ ।

ଏହି ସ୍ମାରକପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ନିକୁଂଜ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା, ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ପଛୁଆବର୍ଗ ସାଧାରଣ ସମ୍ପାଦକ ପ୍ରଦୀପ୍ତ ପାଣି, ରାଜ୍ୟ ପରିଷଦ ସଭ୍ୟ ଲୋତକବିନ୍ଦୁ ପଟ୍ଟନାୟକ, ନଗର ସଭାପତି ଲୋକନାଥ ପ୍ରଧାନ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁମିତ୍ର ପ୍ରଧାନ, ଦଳର ଆଇଟି ସେଲ୍ର ଗୌରଚରଣ ପ୍ରହରାଜ, ଦକ୍ଷିଣ ମଣ୍ଡଳ ପ୍ରଭାରୀ ପବିତ୍ର ସାହୁ, ପିଚୁକୁଳି ମଣ୍ଡଳ ସଭାପତି ଶୁଭକାନ୍ତ ଖଡ଼ିରତ୍ନ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe