ଭଦ୍ରକ: ଭଦ୍ରକରେ ଶନିବାର ଏକ ହୋଟେଲ କକ୍ଷରେ ସଧାରଣ ନିର୍ବାଚନ ଉପଲକ୍ଷେ ଭଦ୍ରକ ଲୋକସଭା ଅନ୍ତର୍ଗତ ୭ ଗୋଟି ବିଧାନସଭା ଓ ଲୋକସଭାର ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ନେତୃତ୍ବ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ତ୍ରିବେନ୍ଦ୍ରମ ସିଂ ଓ ଡ଼ଃ ଭୋଲା ସିଂ, ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ତଥା ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାନସଭା ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର, ସୋର ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଦାସ, ସିମୁଳିଆ ବିଧାନସଭା ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା, ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ସୁଧାଂଶୁ ନାୟକ, ବାସୁଦେବପୁର ବିଧାନସଭା ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର ରଣକୌଶଳ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅନ୍ୟ ଜିଲ୍ଲାସ୍ତରୀୟ ନେତ୍ରୁ ମଣ୍ଡଳୀ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us