ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା

Advertisment
ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା

ମାଲକାନଗିରି : ମାଲକାନଗିରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଲତା ମଣ୍ଡଳ ଆଜି ନିଜର ଶତାଧିକ ସମର୍ଥକକୁ ନେଇ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ସୁଲତା ମଣ୍ଡଳ ବିଜେପିରୁ ଇସ୍ତଫା ଦେଇଥିଲେ।ତେବେ ଭୁବନେଶ୍ବର ଠାରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସୁଲତା ମଣ୍ଡଳ ଏବଂ ତାଂକ ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି।ଏହି କାର୍ୟ୍ୟକ୍ରମରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ,ଜିଲ୍ଲା କାର୍ୟ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ,ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଆହୁରି ଟାଣ ହେଉଥିବା ଦେଖିବାକୁ ମିଳିଛି।ଲଗାତାର ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ବିଭିନ୍ନ ଦଳର କର୍ମୀ ଏବଂ ନେତାମନେ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି।ତେବେ ଏହି କାର୍ୟ୍ୟକ୍ରମରେ ବିଜେପିରୁ ଶ୍ୟାମଲାଲ ବିଶ୍ବାସ,ସୁଖରଂଜନ ସରକାର,ସୃଷ୍ଟିଧର ହାଲଦାର,ଦିଲୀପ ମଣ୍ଡଳ,ମୃତ୍ୟୁଞ୍ଜୟ ବିଶ୍ବାସ,ସଂଜୟ ହାଲଦାର,ସୁବ୍ରତ ବିଶ୍ବାସ,ଅର୍ଜୁନ ଖିଲ,ଅଜିତ ସରଦାର,ନିର୍ମାଳ ଘରାମି,ତରୁଣ ମଣ୍ଡଳ,ବିବେକ ଗୋଲଦାର,ସଂଜୀବ ସରକାର,ପ୍ରସେନ ବିଶ୍ବାସ,ସଂତୋଷ ଦୀପ,ସୁଧୀର ମଣ୍ଡଳ,ଧୀରେନ୍ଦ୍ର ନାଥ ବେପାରୀ ପ୍ରମୁଖ ବିଜେଡିରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe