ଭୁବନେଶ୍ବର: ବିଜେଡିର ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ଭୋଟ ଗ୍ରହଣ ପୂର୍ବରୁ ଝାରସୁଗୁଡ଼ା ବାର ଆସୋସିଏସନର ସଭାପତି ତ୍ରିନାଥ ଗୋୟେଲ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେପିରେ ଥିଲେ। ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ସହ ସେ କାର୍ଯ୍ୟ କରୁଥିଲେ। ସେ ଜଣେ ଉଚ୍ଚ ସଂଗଠକ ବୋଲି ବୋଲି ଦଳର ଉପସଭାପତି ଦେବିପ୍ରସାଦ ମିଶ୍ର କହିଛନ୍ତି। ସେ ପୂର୍ବରୁ ବହୁ ଦକ୍ଷତା ଦେଖାଇ ନିଜକୁ ସାବ୍ୟସ୍ତ କରିଛନ୍ତି। ଏହାର ସୁଫଳ ଦଳକୁ ମିଳିବ ବୋଲି ଦେବୀ ମିଶ୍ର କହିଛନ୍ତି।
ସେହିଭଳି ତ୍ରିନାଥ ଗୋୟେଲ କହିଛନ୍ତି ଯେ ବିଜୁ ବାବୁଙ୍କ ସମୟରେ ଜନତା ଦଳରେ ସାମିଲ ହୋଇଥିଲି, ପୂର୍ବତନ ବିଧାୟକ ତଥା ବାଚସ୍ପତି କିଶୋର ମହାନ୍ତିଙ୍କ ସମୟରେ ମଧ୍ୟ ରାଜ୍ୟରେ କର୍ଯ୍ୟ କରିଛି। ନବ ଦାସଙ୍କ ସମୟରେ ମୁଁ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲି। କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଯେହେତୁ ନବ ଦାସ୍ ତାଙ୍କୁ ଟିକେଟ ଦେଲେନି ସେଥିପାଇଁ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଆଉ ଏବେ ନିଜ ଆଦର୍ଶକୁ ପୁଣି ଗ୍ରହଣ କରି ବିଜେଡିରେ ସାମିଲ ହୋଇଛି ବୋଲି ସେ କହିଛନ୍ତି। କୌଣସି ସାଲିସ ନୁହେଁ ବରଂ ଲୋକଙ୍କ ସେବାରେ ନିୟୋଜିତ ରହିବି ବୋଲି ସେ କହିଛନ୍ତି।
ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବ୍ରଜରାଜ ନଗର ବିଧାୟିକା ଅଳକା ମହାନ୍ତି ଓ ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ସାରଦା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us