ସମ୍ବଲପୁର: ବିଜେପିର ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ

Advertisment
ସମ୍ବଲପୁର: ବିଜେପିର ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ

ଯୁଯୁମୁରା: ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତ୍ୱେ ଯୁଯୁମୁରା ବ୍ଲକ ନିକଟରେ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟା ବେଳେ ବିଜେପି ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ ହୋଇଛି। ପ୍ରଚାର ଗାଡ଼ି ସହିତ କିଛି ନେତା ପ୍ରଚାର କରୁଥିଲେ।

ସୂଚନା ପାଇ ରେଢାଖୋଲ ନିର୍ବାଚନ ମଣ୍ଡଳୀର ସହକାରୀ ରିଟର୍ନିଂ ଅଫିସର ତଥା ଯୁଯୁମୁରା ତହସିଲଦାର ସୁକାନ୍ତ ନାଏକ ଘଟଣାସ୍ଥଳରେ ପହଞ୍ଚି ପ୍ରଚାର ବନ୍ଦ କରିଥିଲେ। ଏହା ସହ ପ୍ରଚାର ଗାଡ଼ିର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମଧ୍ୟ କରିଥିଲେ। ପ୍ରଚାର ପାଇଁ ରିଟର୍ନିଂ ଅଧିକାରୀଙ୍କଠାରୁ ନିଆ ଯାଉଥିବା ଆବଶ୍ୟକୀୟ ଅନୁମତି ପତ୍ର ଗାଡ଼ିରେ ନଥିଲା। ତେବେ ଏ ସଂକ୍ରାନ୍ତ ରିପୋର୍ଟ ରିଟର୍ନିଂ ଅଫିସରଙ୍କୁ ପ୍ରଦାନ କରିଥିବା ଶ୍ରୀ ନାଏକ କହିଛନ୍ତି। ଏନେଇ ରୋଖୋଲ ଉପଜିଲ୍ଲାପାଳ ତଥା ରିଟର୍ନିଂ ଅଧିକାରୀ ବିଶିକେଶନ ଦେହୁରୀଙ୍କୁ ଯୋଗଯୋଗ କରିବାରୁ ଏ ସମ୍ପର୍କରେ ସୂଚନା ମିଳିଥିଲେ ବି ରିପୋର୍ଟ ଏଯାଏଁ ହସ୍ତଗତ ହୋଇ ନଥିବା କହିଛନ୍ତି।

ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରଚାର ପାଇଁ ବିଜେପି ପକ୍ଷରୁ ତାଙ୍କଠାରୁ କେଣସି ଅନୁମତି ନିଆଯାଇ ନଥିବା ଶ୍ରୀ ଦେହୁରୀ ମଧ୍ୟ କହିଥିଲେ। ଏହାବାଦ ପ୍ରଚାର ପାଇଁ ପୁଲିସ ଅନୁମତି ମଧ୍ୟ ମିଳି ନଥିବା ଜଣା ପଡ଼ିଛି। ଏହି ଘଟଣାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦଳକୁ ନୋଟିସ୍‌ ଜାରି କରାଯିବ ଓ ରିପୋର୍ଟ ଆଧାରରେ ପ୍ରଚାର ଖର୍ଚ୍ଚ ନିର୍ବାଚନୀ ଖର୍ଚ୍ଚ ତାଲିକାରେ ବି ସାମିଲ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe