ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତିବାଦରେ ଭଦ୍ରକରେ ବି‌କ୍ଷୋଭ ପ୍ରଦର୍ଶନ

Advertisment
ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତିବାଦରେ ଭଦ୍ରକରେ ବି‌କ୍ଷୋଭ ପ୍ରଦର୍ଶନ

ଭଦ୍ରକ: କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ଭଦ୍ରକ ବିଜେପି ଯୁବମୋର୍ଚା ତରଫରୁ ଟାଉନ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।  ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭଦ୍ରକ ବିଧାନସଭା ନେତା ଡ଼ଃ ପ୍ରଦୀପ କୁମାର ନାୟକ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ଶ୍ରୀହର୍ଷ ସ୍ୱାଇଁ, ଭଗବାନ ପଣ୍ଡା, ଘାଉଲି ଜେନା, ଅମରେଶ ଚନ୍ଦ୍ର ନାୟକ, ପ୍ରଭାତ ମହାନ୍ତି, ମଣ୍ଡଳ ସଭାପତି ଆଦିକନ୍ଦ ନାୟକ, ପ୍ରଭାକର ସାମଲ, ଗୋପାଳ ସାହୁ ଏବଂ ବୃଷଭାନୁ ସାହୁ, ଶଶାଙ୍କ ଦାଶ, ରାକେଶ ମହାପାତ୍ର, ବିଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ସାମଲ, ରଜନୀକାନ୍ତ ଦାସ, ନୀଳ ଶୁଭମ ପଣ୍ଡା,ସଞ୍ଜିତ ଲେଙ୍କା, ଆଲୋକ ମହାନାୟକ, ପ୍ରମୋଦ ସାମଲ ଆଦି ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe