ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ, ଆଇଟିଡିଏ ଅଫିସ ଘେରିଲା ବିଜେପି

ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ, ଆଇଟିଡିଏ ଅଫିସ ଘେରିଲା ବିଜେପି

ରାଉରକେଲା : ଆଇ.ଟି.ଡି.ଏ କୁ ମାଧ୍ୟମ କରି ବିନା ଟେଣ୍ଡରରେ ରାଉରକେଲା ବିଧାୟକ ଓ ବିଜେଡି ନେତାମାନେ ବିନିୟମ ଭାବେ ୬ କୋଟି ଟଙ୍କାର ଜିଲ୍ଲା ଖଣିଜ ପାଣ୍ଠିକୁ ସ୍କୁଲ ମରାମତି ଆଳରେ ଦଳୀୟ ଠିକାଦାରମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ। ସରକାରୀ କଳ ଉପରେ ରାଜନୈତିକ ଚାପ ପ୍ରୟୋଗ କରି ରାଉରକେଲାର ପ୍ରାୟ ପ୍ରତ୍ୟେକ ଦପ୍ତରରେ ବିଜେଡି ନେତାମାନେ ଏପରି ଭାବେ ହରିଲୁଟ ଚଳାଇ ଆସୁଛନ୍ତି ।

publive-image

ଏହାର ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଉଦିତନଗର ଆଇ.ଟି.ଡି.ଏ ଅଫିସ ଘେରାଉ କରାଯାଇଥିଲା l ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଅଫିସକୁ ଧସେଇ ପଶିବାରୁ ପୁଲିସ, ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l ତୁରନ୍ତ କାମର ଟେଣ୍ଡର କରିବାକୁ ବିଜେପି କର୍ମୀ ଦାବି କରିଥିଲେ l ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ମଧ୍ୟ ଦାବି କରିଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe