ଭଦ୍ରକ ବିଜେପି ପକ୍ଷରୁ ସବୁ ଥାନା ଆଗରେ ଗଣଧାରଣା, ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି

ଭଦ୍ରକ ବିଜେପି ପକ୍ଷରୁ ସବୁ ଥାନା ଆଗରେ ଗଣଧାରଣା, ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି

Sambad

ଭଦ୍ରକ: ଗତକାଲି ବାରିପଦାକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀଙ୍କର ମରଣାନ୍ତକ ଆକ୍ରମଣ ଘଟଣାକୁ ବିଜେପି ଯୁବ ମୋର୍ଚ୍ଚା ତୀବ୍ର ନିନ୍ଦା କରିଛି। ଏହାର ପ୍ରତିବାଦରେ ଗତକାଲି ସଂଧ୍ୟାରେ ବିଜେପି ଯୁବ ମୋର୍ଚ୍ଚା ଭଦ୍ରକ ଜିଲ୍ଲା ପକ୍ଷରୁ ଭଦ୍ରକ ସହରର ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଜେଡିର ଗୁଣ୍ଡାଗିରୀ ଆଉ ଚଳିବ ନାହିଁ ବୋଲି ବିଜେଡି ଶାସନ କାଳରେ ଅରାଜକତା ବ୍ୟାପିଲାଣି। ଏଭଳି ଅଭିଯୋଗ ଆଣିଥିଲା। ଆଜି ପୁଣି ବିଜେପି ଯୁବ ମୋର୍ଚ୍ଚାର ଡାକରାରେ ଭଦ୍ରକ ଜିଲ୍ଲାର ସଦରମହକୁମା ସମେତ ଜିଲ୍ଲା ସବୁ ବ୍ଲକ ଓ ଅନ୍ୟ ସ୍ଥାନରେ ଥିବା ଥାନା ଆଗରେ ଗଣଧାରଣା ଦିଆଯାଇଥିଲା। ବିଜେପି କର୍ମୀଙ୍କୁ ପୁଲିସ ଆଗରେ ଆକ୍ରମଣ କରିଥିବା ବିଜେଡିର ଗୁଣ୍ଡା କର୍ମୀ ମାନଙ୍କୁ ଗିରଫ କରିବା ପାଇଁ ବିଜେପି ଦାବି କରିଛି। ସେହିପରି ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟାକାଣ୍ଡ ମାମଲାରେ କଲେଜ ମାଲିକ ଗୋବିନ୍ଦ ସାହୁଙ୍କ ସହ ସଂପୃକ୍ତ ଥିବା ମନ୍ତ୍ରୀ କ୍ୟାପେଟେନ୍ ଦିବ୍ୟସିଂହ ମିଶ୍ରଙ୍କୁ ପଦରୁ ବହିଷ୍କୃତ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଦାବି କରି ଆଜି ଭଦ୍ରକ ଟାଉନ ଥାନା, ଭଦ୍ରକର ପୁରୁଣାବଜାର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ସାବରଙ୍ଗ ଥାନାରେ ଆଗରେ ଗଣଧାରଣା ଦିଆଯାଇଥିଲା।

publive-image Sambad

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁସୁଡି ପଡିଥିବା ବେଳେ ବିଜେଡିର ଗୁଣ୍ଡାରାଜ ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ‌ରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଥାନା ଆଗରେ ଦିଆଯାଇଥିବା ଗଣ ଧାରଣା ସ୍ଥଳରେ ବିଜେପିର ଲୋକ ସଭାପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଜେପି ନେତା ଡଃ. ପ୍ରଦୀପ ନାୟକ, ବିଜେପି ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ, ଶରତ ପଢିହାରୀ, ତପନ ମହାନ୍ତି, ଅମ୍ବିକା‌ ଦାସ, ବିଦ୍ୟାଧର ସା‌ହୁ, ଭାରତୀ ସାହୁ, ସୁମିତ୍ରା ପାଣି, ଲିପିକା ବାରିକ, ଲାଲା ଧୀରଂଜନ ରାୟ, ଚୈତାଳି ଖିଲାର, ମିଲନ ସାହୁ, ସୁରେଶ ସାମଲ ପ୍ରମୁଖ ଯୋଗଦେଇଥିଲେ। ବିଜେପି ‌ଯୁବ ମୋର୍ଚ୍ଚାର ନେତା ସ୍ବରୂପାନନ୍ଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପିର ଯୁବ କର୍ମୀ ଏଇ ଗଣଧାରଣାର ନେତୃତ୍ବ ନେଇଥିଲେ। ଆଗାମୀ ଦିନରେ ବିଜେଡି ବିରୁଦ୍ଧରେ ସାରା ଜିଲ୍ଲାରେ ପ୍ରତିବାଦର ସ୍ବର ଉଠିବ ବୋଲି ସ୍ବରୂପାନନ୍ଦ ଗଣମାଧ୍ୟମ ଆଗ‌ରେ ପ୍ରତିକ୍ରିୟା ରଖିଥି‌ଲେ। ଆଜି ଦିନ ତମାମ ଜିଲ୍ଲାର ଭଣ୍ଡାରିପୋଖରୀ, ବନ୍ତ, ଆଗରପଡା, ଧାମନଗର, ତିହିଡି, ବାସୁଦେବପୁର, ଚାନ୍ଦବାଲି ଆଦି ଥାନା ସମ୍ମୁଖରେ ବିଜେପିର ଗଣଧାରଣା ଦିଆଯାଇ ପ୍ରତିବାଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe