ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ; ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

Advertisment
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ; ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

Sambad

କୋରାପୁଟ/ଜୟପୁର: ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା କାରଣରୁ କେରାପୁଟ ଓ ଜୟପୁରରେ ଆଜି ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଦ୍ରୌପଦୀ ଆଦିବାସୀ ନେତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଜୟ କୁମାର। ଏହି ମନ୍ତବ୍ୟ ପରେ ଏହାକୁ କଡା ସମାଲୋଚନା କରିଛି କୋରାପୁଟ ଏସସି ସେଲ ବିଜେପି। କଂଗ୍ରେସ ଆଦିବାସୀ ଓ ଦଳିତ ବିରୋଧୀ ବୋଲି କହିଛି କୋରାପୁଟ ବିଜେପି।

publive-image Sambad

ଏହି ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି। ଏନେଇ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଛି। ଆଜି ଅନେକ ବିଜେପି କର୍ମୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିବା ସହ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

publive-image Sambad

ସେହପରି ଆଜି ଜୟପୁରରେ ବିଜେପି ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ କଂଗ୍ରେସ ନେତା ଅଜୟ କୁମାର, ସାଂସଦ ଶ୍ରୀ ଗାନ୍ଧୀ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ବିଜେପିର କର୍ମକର୍ତ୍ତାମାନେ ନାରାବାଜି କରିବା ସହ ରାହୁଳ ଗାନ୍ଧୀଙ୍କ କୁଶପୁତ୍ତଳିକାକୁ ଦାହ କରିଥିଲେ। ପ୍ରଥମେ ମାଟି ପରେ ପାର୍ଟି କହୁଥିବା ଜୟପୁର ବିଧାୟକ ଓ କଂଗ୍ରେସ ନେତାଙ୍କ କଥା କେତେ ଦୂର ସତ ବୋଲି ଏମାନେ ପ୍ରଶ୍ନ କରିଥିଲେ। ଓଡିଶା ମାଟିର ଜଣେ ଓଡିଆ ଆଦିବାସୀ ମହିଳାଙ୍କୁ ଏମାନେ ସମର୍ଥନ ନ କରିବା କାରଣ କଣ ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ଓଡିଶାକୁ ଏବଂ ଓଡିଆ ଲୋକଙ୍କୁ ଭଲ ପାଉଥିବା ଏମାନେ ବାହାରକୁ ପ୍ରଦର୍ଶନ କରୁଥିଲେ ହେଁ ଏମାନଙ୍କ ମଧ୍ୟରେ ମା, ମାଟି ଓ ଓଡିଶା ପ୍ରତି ଏମାନଙ୍କର କିଛି ଆନ୍ତରିକତା ନାହିଁ । ଏମାନେ ଦେଖାଇବା ଦାନ୍ତ ଗୋଟିଏ ଏବଂ କହିବା ଦାନ୍ତ ଗୋଟିଏ ବୋଲି କହିଛନ୍ତି ରାଜ୍ୟସ୍ଥାୟୀ ପରିଷଦ ସଦସ୍ୟ ଗୌତମ ସାମନ୍ତରାୟ। ଏଥିରେ ଦଳର ବରିଷ୍ଠ ନେତା ରାଧାଶ୍ୟାମ ପରିଡ଼ା, ଲିଟି ପଟ୍ଟନାୟକ , ସ‌ନ୍ତୋଷ ନାୟକ , ମଧୁ ହିଆଲ୍, ମୋହନ ମାଝୀ, ନଳିନୀ କାନ୍ତ ରଥ, ଜଗଦିଶ ପୁଜାରୀ, ଶ୍ରୀରାମ ମୁଦୁଲି, ପି.କନକା ରାଓ, ସିଏଚ୍ ସୁରେଶ, ସହଦେବ ଦୁର୍ଗା ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe