Sambad
ମାଲକାନଗିରି: ମାଲକାନଗିରି ବିଜେପି ତରଫରୁ କାର୍ଯ୍ୟକାରୀ ସଭାପତି ନିମାଇଁ ପାଲ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଦାବିଗୁଡିକ ମଧ୍ୟରୁ ବନ୍ଦ ହୋଇଯାଇଥିବା ମଣ୍ଡି ଗୁଡିକକୁ ତୁରନ୍ତ ଆରମ୍ଭ କରାଯାଉ। ଟୋକେନ ପାଇଥିବା ସମସ୍ତ ଚାଷୀଙ୍କର ଧାନ କିଣାଯାଉ। ସେହିପରି ୧୦ ଏକର କିମ୍ବା ଉର୍ଦ୍ଧ୍ବ ଚାଷ ଜମିଥିବା ଚାଷୀଙ୍କର ଧାନ ମଧ୍ୟ ଖରିଦ କରାଯାଉ। ମଣ୍ଡିରେ ଟାର୍ଗେଟକୁ ବଢାଯାଉ।
ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ସୁଧାର ଯାଉ। ସେହିପରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ରହିଥିବା କିଛି ସମସ୍ୟା ସଂପର୍କରେ ମଧ୍ୟ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଯେପରି ଏଡିଏମଓଙ୍କୁ ବଦଳି ହୋଇଥିବା ବେଳେ ତାଂକର ବଦଳିକୁ ରଦ୍ଦ କରାଯାଉ। ଡାଇଲେସିସ ସେଣ୍ଟରରେ ଦୁଇଟି ମେସିନ ସ୍ଥାପନ କରାଯିବା ନେଇ ଦାବି କରାଯାଇଥିଲା।ଏସଟିଏଫ କାଉଣ୍ଟରରେ ସ୍ଥାୟୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରାଯାଇଥିଲା। ଏହି ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ସଭ୍ୟମାନେ ଏବଂ ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।
Follow Us