ବିଜେପି ମହିଳା ମୋର୍ଚ୍ଚାର ଏସପି କାର୍ଯ୍ୟାଳୟ ଘେରାଉ

ମମିତାଙ୍କୁ ନ୍ୟାୟ,ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବି

ବିଜେପି ମହିଳା ମୋର୍ଚ୍ଚାର ଏସପି କାର୍ଯ୍ୟାଳୟ ଘେରାଉ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମହିଳା ମୋର୍ଚ୍ଚା ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରା ବାହାରି ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରଭାରୀ ନଳିନୀ ପାଣିଙ୍କ ନେତୃତ୍ବରେ ଶତାଧିକ ମହିଳା ଏକତ୍ରୀତ ହୋଇ କଳାହାଣ୍ଡିର ମହାଲିଙ୍ଗ ଠାରେ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯିବା ଘଟଣାର ନିନ୍ଦା କରିବା ସହ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା ।

ବିଜେଡି ସରକାର ଜାଣିଶୁଣି ମନ୍ତ୍ରୀର ଦିବ୍ୟଶଙ୍କର ମିଶ୍ରଙ୍କ ସମର୍ଥନ କରୁଥିବା ଅଭିଯୋଗ କରିଥିବା ବିଜେପି ମହିଳା ମୋର୍ଚ୍ଚା। ତୁରନ୍ତ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବା ସହ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ତୁରନ୍ତ ନିଜ ପଦରୁ ଇସ୍ତଫା ମଧ୍ୟ ଦାବି କରାଯାଇଥିଲା। ପରେ ଏସପିଙ୍କୁ ମହିଳା ମୋର୍ଚ୍ଚାର ସଭାନେତ୍ରୀମାନେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe