ପରିବାରକୁ ଭେଟିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ପ୍ରଭ‌ାରୀ ଡି ‌ପୁ‌ରନ୍ଦେଶ୍ବରୀ

Advertisment
ପରିବାରକୁ ଭେଟିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ପ୍ରଭ‌ାରୀ ଡି ‌ପୁ‌ରନ୍ଦେଶ୍ବରୀ

Sambad

କଟକ/ମାହାଙ୍ଗା: କଟକ ଜିଲ୍ଲାର ମାହାଙ୍ଗା ନୃର୍ତ୍ତାଙ୍ଗ ଠାରେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ପହଞ୍ଚି ହତ୍ୟାକାଣ୍ତ ସମ୍ପର୍କରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ପଚାରି ବୁଝିଲେ। ଏକ ସାମ୍ବାଦିକ ସମ୍ମିଳନୀ‌ ଜରିଆରେ ରାଜ୍ୟ ସରକାରଙ୍କୁ ବିଜେପି ପ୍ରଭାରୀ ଟାର୍ଗେଟ କରିଛନ୍ତି। ଦୁର୍ନୀତି ମାମଲାରେ ମୁହଁ ଖୋଲିବାରୁ ହତ୍ୟା କରାଯାଇଛି। ଏତଲାରେ ମନ୍ତ୍ରୀଙ୍କ ନାଁ ଥିଲେ ମଧ୍ୟ ଏବେ ଯାଏଁ କାହିଁକି ଗିରଫ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ମଧ୍ୟ ଦୁର୍ନୀତି ମାମଲାରେ ମୁହଁ ଖୋଲିଥିବାରୁ ଜଣଙ୍କୁ ଏଭଳି ହତ୍ୟକରାଯାଇଥିଲା। ଯଦି ଏହି ଦିଗରେ ସରକାର ସର୍ତକ ନ ହେବେ ତେବେ‌ ଆଗାମୀ ଦିନରେ ଭାରି ମୂଲ୍ୟ‌ ଦେବାକୁ ପଡ଼ିବ ବୋଲି ଡି ପୁରନ୍ଦେଶ୍ବରୀ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe