ଅଘୋଷିତ ବିଦ୍ୟୁତକାଟ୍‌ ପ୍ରତିବାଦରେ ବିଜେପିର ଘେରାଉ

ଅଘୋଷିତ ବିଦ୍ୟୁତକାଟ୍‌ ପ୍ରତିବାଦରେ ବିଜେପିର ଘେରାଉ

କୋମନା: ଅଘୋଷିତ ବିଦ୍ୟୁତକାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ନୂଆପଡ଼ା ଜିଲ୍ଲା କୋମନା ପୁରୁଣା ବ୍ଲକ୍‌ ଛକ ପାଖରୁ ଏକ ଶୋଭାଯାତ୍ରା ବାହାରି ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଘେରାଉ କରାଯାଇଥିଲା। ପରେ ୧୦ ଦଫା ଦାବି ନେଇ ଏକ ଦାବିପତ୍ର ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଲଖନା କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

ବିକ୍ଷୋଭ ପ୍ରଦର୍ଶନରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, କୋମନା ମଣ୍ଡଳ ସଭାପତି ଚନ୍ଦନ ଠାକୁର, ସୁନାଦେଇ ମଣ୍ଡଳ ସଭାପତି ବିକ୍ରମ ଆଡ଼ବଙ୍ଗ, ରଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇ, ପ୍ରବୀଣ ଭୋଇ, କରୁଣାକର ହୋତା, ସରୋଜ ମଲ୍ଲିକ, ଯୋଗେନ୍ଦ୍ର କରୁଆଁ ପ୍ରମୁଖ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe