କଳା ବ୍ୟାଜ୍ ପରିଧାନ କଲେ ଭଦ୍ରକ ଜିଲ୍ଲାର ୪୦ଟି ବିଭାଗର କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲା

Advertisment
କଳା ବ୍ୟାଜ୍ ପରିଧାନ କଲେ ଭଦ୍ରକ ଜିଲ୍ଲାର ୪୦ଟି ବିଭାଗର କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲା

Sambad

ଭଦ୍ରକ: ରାଜ୍ୟ ମିଳିତ ଅମଲା ମଞ୍ଚ ଆହ୍ଵାନରେ ଭଦ୍ରକ ଜିଲ୍ଲାର ସମସ୍ତ ୪୦ ଗୋଟି ବିଭାଗର କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲା କଳା ବ୍ୟାଜ୍ ପରିଧାନ କରି ଆନ୍ଦୋଳନରେ ଶତ ପ୍ରତିଶତ ସାମିଲ ହୋଇଥିଲେ। ଆନ୍ଦୋଳନର ପ୍ରଥମ ଦିନକୁ ଏକ ଉନ୍ମାଦନା ଜିଲ୍ଲା ଅମଲାଙ୍କ ପାଖରେ ଦେଖିବାକୁ ମିଳିଥିଲା। ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା, ଆବାହକ ରବୀନ୍ଦ୍ରନାଥ ଦତ୍ତ ଏବଂ ଲଲାଟେନ୍ଦୁ ବେହେରା ସମସ୍ତ ଅମଲା ଭାଇଭଉଣୀଙ୍କୁ ତାଙ୍କର ସଂଗ୍ରାମୀ ଚିନ୍ତାଧାରା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଯେପର୍ଯ୍ୟନ୍ତ ଅମଲାଙ୍କ ସ୍ୱାର୍ଥ ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ଉକ୍ତ ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ଅମଲା ରାଜ୍ୟ ତଥା ଜିଲ୍ଲା ନେତୃତ୍ୱଙ୍କୁ ଆଶ୍ୱସନା ପ୍ରଦାନ କରିଛନ୍ତି।

ସରୋଜ ମଲ୍ଲିକ, ତପନ ସ୍ଵାଇଁ, ଅଜିତ ଦାଶ, ଲଲାଟେନ୍ଦୁ ସାମଲ, ଶ୍ରୀପତି ବାବୁ ସମସ୍ତ ବିଭାଗରେ ଅମଲାଙ୍କୁ ଅନୁରୋଧ କରିଛନ୍ତି କି ଅମଲା ସ୍ୱାର୍ଥ ରକ୍ଷା କରିବା ଲାଗ ଆଗାମୀ ଦିନରେ ଧାର୍ଯ୍ୟ ରଖିବାକୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe