ବିଜେପି ପକ୍ଷରୁ କଳାଦିବସ ପାଳନ

Advertisment

ଜରୁରୀ ପରିସ୍ଥିତି ଘୋଷଣା ଭାରତୀୟ ଗଣତନ୍ତ୍ରରେ ଏକ କଳଙ୍କିତ ଅଧ୍ୟାୟ: ବିଷ୍ଣୁ ସେଠୀ

ଜରୁରୀ ପରିସ୍ଥିତି ଘୋଷଣା ଭାରତୀୟ ଗଣତନ୍ତ୍ରରେ ଏକ କଳଙ୍କିତ ଅଧ୍ୟାୟ: ବିଷ୍ଣୁ ସେଠୀ

ବିଜେପି ପକ୍ଷରୁ କଳାଦିବସ ପାଳନ

Sambad

ଭଦ୍ରକ: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ୧୯୭୫ ମସିହା ଜୁନ ୨୫ରେ ଘୋଷିତ ଜରୁରୀକାଳୀନ ପରିସ୍ଥିତି ଏକ କଳଙ୍କିତ ଅଧ୍ୟାୟ। ଗଣତନ୍ତ୍ରକୁ ହତ୍ୟା କରି କଂଗ୍ରେସର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଦେଶବାସୀଙ୍କ ସହ ଯେଉଁ ବିଶ୍ୱାସଘାତକତା କରିଥିଲେ ତାହାର ପରିଣାମ ଏବେ ତାଙ୍କ ଉତ୍ତରାଧିକାରୀମାନେ ଭୋଗ କରୁଛନ୍ତି ବୋଲି ଧାମନଗର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି। ଶନିବାର ଦିନ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ କଳାଦିବସ ପାଳନ କାର୍ଯ୍ୟକ୍ରମରେ ଶ୍ରୀ ସେଠୀ ଦେଶରେ ବିଶୃଙ୍ଖଳା ଓ ଅରାଜକତା ସୃଷ୍ଟିରେ କଂଗ୍ରେସର ଗୁରୁ ଭୂମିକା ଥିବା ଉଲ୍ଲେଖ କରି ସମାଲୋଚନା କରିବା ସହ ଦଳିତବର୍ଗର ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି.ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ।

ବିଜେପି ଦଳର ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ କୁମାର ନାୟକ, ବିଜେପି ନେତା ତଥା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ଵାଇଁ ପ୍ରମୁଖ ଦେଶର ଜରୁରୀ କାଳୀନ ପରିସ୍ଥିତି ଓ ସାମ୍ପ୍ରତିକ ରାଜନୈତିକ ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ମନୋରଞ୍ଜନ ମଲ୍ଲିକ, ସାଧାରଣ ସମ୍ପାଦକ ଶଶି କାନ୍ତ ବିଶ୍ୱାଳ, ଉପସଭାପତି ଅଶୋକ ପରିଜା, ପଙ୍କଜିନି ଲେଙ୍କା, ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଯୁବମୋର୍ଚା ସଭାପତି ଦେବାଂଶୁ ରାଉତ, ପ୍ରକାଶ ମହାପାତ୍ର, ଅମ୍ବିକା ପ୍ରସାଦ ଦାସ, ଶଶାଙ୍କ ମିଶ୍ର, କଳ୍ପନା ଜେନା, ଶଶାଙ୍କ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଦଳର ବହୁ ସଂଖ୍ୟକ ଅଗ୍ରଣୀ କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe