ମାଲକାନଗିରି: ଗୁଣି ଗାରେଡି ସନ୍ଦେହରେ ପୁଣି ଜଣଙ୍କୁ ହତ୍ୟା

Advertisment
ମାଲକାନଗିରି: ଗୁଣି ଗାରେଡି ସନ୍ଦେହରେ ପୁଣି ଜଣଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚାଲାଣଗୁଡ଼ା ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ପୁଣି ଜଣକୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଉରା ପଡ଼ିଆମୀ ବୋଲି ଜଣାପଡ଼ିଛି।

ଆଜି ସକାଳେ ଉରା ପଡ଼ିଆମୀ ଘରେ ବସିଥିବା ବେଳେ ନୂଆଗୁଡା ଗ୍ରାମର ଦେବା କବାସୀ ହଠାତ ତାଙ୍କ ଘରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ କବାସୀ ସାଙ୍ଗରେ ଆଣିଥିବା ଧାରୁଆ ଟାଙ୍ଗିଆରେ ଉରାଙ୍କ ମୁଣ୍ଡକୁ ଏକ ପ୍ରହାର ଦେଇଥିଲେ। କବାସୀଙ୍କ ଟାଙ୍ଗିଆ ମାଡ଼ ଖାଇବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ଉରା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଗତକାଲି ଦେବା କବାସୀ ବାପଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ଏକ ମାସ ତଳେ ଦେବା ଭାଇର ମଧ୍ୟ ମୃତ୍ୟୁ ହୋଇ ଥିଲା। ତେଣୁ ଉରା ସେହି ଗ୍ରାମରେ ଗୁଣିଗାରେଡି କରୁଥିବା ନେଇ ଦେବାଙ୍କ ସନ୍ଦେହ ହୋଇଥିଲା। ତେଣୁ ବାପା ଓ ଭାଇକୁ ହରାଇବା ପରେ ଦେବାର ଉରା ଉପରେ ରାଗ ଥିଲେ।

publive-image

ତେଣୁ ସେ ଆଜି ସକାଳେ ଏଭଳି କାଣ୍ଡ ଘଟାଇ ଥିବା ଜଣା ପଡ଼ିଛି। ମାଲକାନଗିରି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦେବାକୁ ଗିରଫ କରିବା ସହ ଟାଙ୍ଗିଆକୁ ଜବତ କରିଛି। ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ । ପ୍ରତି ବର୍ଷ ଏପରି ଗୁଣି ଗାରେଡି ସନ୍ଧେହରେ ବହୁ ହତ୍ୟା ହେଉଥିବା ରିପୋର୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe