ମହିଳା ୱାକର୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ

Advertisment
ମହିଳା ୱାକର୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ

ରାୟଗଡ଼ା: ସ୍ଥାନୀୟ ମହିଳା ୱାକର୍ସ କ୍ଲବ ତରଫରୁ ଆଜି ବିଭିନ୍ନ ମନ୍ଦିରରେ ଭିକ ମାଗି ଚଳୁଥିବା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ୫୦ରୁ ଉର୍ଦ୍ଧ୍ବ ଗରିବ ଲୋକଙ୍କୁ କମ୍ବଳ ପ୍ରଦାନ କରାଯାଇଥିବା କୁହାଯାଇଛି। ପ୍ରତିବର୍ଷ ମହିଳା ୱାକର୍ସ କ୍ଲବ ତରଫରୁ ଏଭଳି ସମାଜସେବା କାର୍ଯ୍ୟ କରାଯାଉଛି।

ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଏଭଳି ମହାନ କାମ କ୍ଲବ ହାତକୁ ନେଇଛି। ରାୟଗଡାରେ ଜାଡର ପ୍ରଭାବ ରହିଥିବା ବେଳେ ଗରିବ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ରାତି ତମାମ ନିଆଁ ଲଗାଇ ବସି ରହୁଥିବା ଦେଖିବାକୁ ମିଳିଛି। ତେଣୁ ବାସହରା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ କମ୍ବଳ ପ୍ରଦାନ କରଯାଇଥିବା କୁହାଯାଇଛି। ଏହି କମ୍ବଳ ବଣ୍ଟନ ବେଳେ କ୍ଲବର ସଭାପତି ଅରୁଣା ବେହେରା ସମେତ ସଂପାଦିକା ରଶ୍ମିତା ପଣ୍ଡା,କୋଷାଧ୍ୟକ୍ଷ ନମିତା ପାଢ଼ୀ, ଉପସଭାପତି ସୁଜାତା ମାଦଳା ଓ ସେନାପତି ସଂତୋଷୀ, ସଭ୍ୟା ରୁବି ରାଣୀ କୁଣ୍ଡୁ, ମାଳତୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe