ଜମି ବିବାଦରୁ ଲଙ୍କାକାଣ୍ଡ ଗୁଳି ଓ ବୋମା ମାଡ଼; ୨ ମୃତ, ୧୦ ଗୁରୁତର

ଶବ ରଖି ଗ୍ରାମବାସୀଙ୍କ ରାସ୍ତାରୋକ; ବୁଢ଼ାପଙ୍କ ଗ୍ରାମ ଜନଶୂନ୍ୟ

ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

ମାଣିଆବନ୍ଧ: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ କୁଆଁରପାଳ ପଞ୍ଚାୟତ ଭାଗବତପୁର ଗ୍ରାମରେ ଏକ ସରକାରୀ ଜମିକୁ ନେଇ ଲଙ୍କାକାଣ୍ଡ ଘଟିଛି। ଗୁଳି ଓ ବୋମା ଫୁଟିଛି। ସଂଘର୍ଷରେ ୨ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। କ୍ଷତିପୂରଣ ଦାବିରେ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି। ଅନ୍ୟପଟେ ପୁଲିସ ଚଢଉ ଭୟରେ ବୁଢାପଙ୍କ ଗ୍ରାମ ଜନଶୂନ୍ୟ ହୋଇ ପଡିଛି।

ସୂଚନା ଅନୁଯାୟୀ ଆଜି ସକାଳ ପାଖାପାଖି ୯ଟା ସମୟରେ ବୁଢ଼ାପଙ୍କ ଗ୍ରାମ ପକ୍ଷରୁ ଅଚାନକ ବୋମାମାଡ଼ ଓ ଛଡ଼ରା ବଂଧୁକରୁ ଗୁଳି ଚାଳନା କରାଯିବା ସହିତ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା। ମାରଣାସ୍ତ୍ର ଓ ଗୁଳିମାଡ଼ରେ ଭାଗବତପୁର ଗ୍ରାମର ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଆହତମାନଙ୍କୁ ସଂଗେ ସଂଗେ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବେକ ଓ ଛାତିରେ ଗୁଳି ବାଜି ଗୁରୁତର ଆହତ ହୋଇଥିବା ଅଶ୍ୱିନୀ ପାଳ (୩୪) ନାମକ ଯୁବକଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ପବିତ୍ର ଅଖିତ ଓରଫ ପଞ୍ଚୁ (୨୨)ଙ୍କୁ କଟକ ବଡ଼ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ମାଣିଆବନ୍ଧରେ ପ୍ରାଥମିକ ଚିକିତ୍ସା ପରେ ଭାଗବତପୁର ଗ୍ରାମର ଲିଙ୍ଗରାଜ ଚନ୍ଦ (୫୬), ଦୀପକ ପାଳ (୩୨), ଶିବ ଦାସ (୨୩), ଅନ୍ତରୀ ଦାସ (୨୦), ପୂର୍ଣ୍ଣଚନ୍ଦ୍ର କୁଣ୍ଡୁ (୫୫),  ସୁଦର୍ଶନ ଅଖିତ (୫୫), ହଟ ସିଂ (୬୦), ପୂର୍ଣ୍ଣଚନ୍ଦ୍ର ଚନ୍ଦ (୪୨), ନିବାସ ଅଖିତ(୩୫) ଓ ସମୀର କୁଣ୍ଡୁ (୩୫)ଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ବୁଢ଼ାପଙ୍କ ଗ୍ରାମ ଜନଶୂନ୍ୟ ହୋଇଯାଇଛି।

ସେହିପରି କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ଭାଗବତପୁର ଗ୍ରାମବାସୀ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ପ୍ରକାଶଥାଉ କି, ଭାଗବତପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ୩ ଏକରରୁ ଅଧିକ ସରକାରୀ ଜମିକୁ ଉଭୟ ଭାଗବତପୁର ଓ ବୁଢ଼ାପଙ୍କ ଗ୍ରାମବାସୀ ନିଜର ବୋଲି ଦାବି କରି ଆସୁଛନ୍ତି। ଏହାକୁ ନେଇ ପ୍ରାୟ ବର୍ଷକ ତଳେ ଉଭୟ ପକ୍ଷ ମୁହାଁମୁହିଁ ହେବା ସହ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ତେବେ ପୁଲିସ ଓ ପ୍ରଶାସନର ମିଳିତ ଉଦ୍ୟମରେ ଶାନ୍ତି କମିଟି ଗଠନ କରାଯାଇ ଗ୍ରାମରେ ଶାନ୍ତି ଫେରାଇ ଅଣା ଯାଇଥିଲା। କିନ୍ତୁ ଆଜି ହଠାତ୍‌ ବୁଢ଼ାପଙ୍କ ଗ୍ରାମବାସୀ ଉକ୍ତ ସରକାରୀ ଜମିକୁ ନିଜର ବୋଲି କହି ତାହାର ସଫେଇ ଆରମ୍ଭ କରିଥିଲେ। ଭାଗବତପୁର ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe