ଗଛରୁ ପଡି ଗୁରୁତର ସନ୍ତୋଷଙ୍କୁ ସହଯୋଗର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ

Advertisment
ଗଛରୁ ପଡି ଗୁରୁତର ସନ୍ତୋଷଙ୍କୁ ସହଯୋଗର ହାତ ବଢ଼ାଇଲେ ବ୍ଲକ ଅଧ୍ୟକ୍ଷ

Sambad

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଚେଡଙ୍ଗା ପଞ୍ଚାୟତର ନୂଆଗୁଡା ଗ୍ରାମରେ ବାସ କରୁଥିବା ଚନ୍ଦ୍ର ମୁଦୁଲିଙ୍କ ପୁଅ ସନ୍ତୋଷ ମୁଦୁଲି(୧୧) ଗତ ମାସକ ତଳେ ଏକ ଗଛରୁ ପଡିଯିବାରୁ ଅଣ୍ଟା ଭାଙ୍ଗିଯାଇଥିଲା। ସେ ଗୁରୁତର ହୋଇପଡ଼ିଥିଲେ। ବାପା ଚନ୍ଦ୍ରଙ୍କ ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇପାରୁ ନାହାଁନ୍ତି। ଏକମାସ ଧରି ସନ୍ତୋଷ ଘରେ ଶଯ୍ୟାଶାୟୀ ଥିବା ଖବର ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା ଜାଣିବା ପରେ ତୁରନ୍ତ ନୂଆଗୁଡା ଗ୍ରାମକୁ ଯାଇ ସନ୍ତୋଷଙ୍କୁ ସାକ୍ଷାତ କରିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା କରି ସନ୍ତୋଷଙ୍କୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରିବା ‌ପରେ ଚିକିତ୍ସା ଆରମ୍ଭ କରାଯାଇଛି।

publive-image Sambad

ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତୁରନ୍ତ ସନ୍ତୋଷଙ୍କୁ ଭୁବନେଶ୍ବର କିମ୍ବା କଟକ ବଡ ଡାକ୍ତରଖାନାକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ମହେଶ ବାକା କହିଛନ୍ତି। ତେବେ ପ୍ରଶାସନ ସନ୍ତୋଷଙ୍କ ପାଇଁ ସହଯୋଗର ହାତ ବଢାଇଲେ  ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିବ ବୋଲି ପରିବାର ଆଶା ରଖିଛନ୍ତି। ବ୍ଲକ ଅଧ୍ୟକ୍ଷଙ୍କ ଏହି ମହାନତା ପାଇଁ ପରିବାର ଲୋକେ ଏବଂ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe