ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପ୍ରଶାସନର ପୁଣି ଅବହେଳା ଓ ଖାମଖିଆଲ ମନୋଭାବ ପ୍ରଦର୍ଶନ। ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ କାର୍ଯ୍ୟକ୍ରମକୁ ବନ୍ଦ କରି ରିଆମାଳର ବହୁ ବର୍ଷର ପରମ୍ପରା ଭଙ୍ଗ କରିଛନ୍ତି।ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ନ ଭାବି ପାଳନ କରିନାହାନ୍ତି।

Advertisment

ସାରା ଭାରତବାସୀ ଆଜି ଆନନ୍ଦ ଓ ଉଲ୍ଲାସର ସହ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଦେବଗଡ଼ ଜିଲ୍ଲା ରିଆମାଳରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ, ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ନ ଥିବାରୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

ପୂର୍ବରୁ ୨୦୨୩ ବର୍ଷରେ ସ୍ବାଧୀନତା ଦିବସ ପାଳନ କରାଯାଇ ନ ଥିଲା। ସେତେବେଳେ ବହୁ କମିଟି, ଜନସାଧାରଣ ବ୍ଲକ ପ୍ରଶାସନକୁ ଦାଗିଦ କଲା ପରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା।ମାତ୍ର ପୁଣି ପରମ୍ପରା ଭଙ୍ଗ କରିଛି ପ୍ରଶାସନ।

ରିଆମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଏହାକୁ ଆୟୋଜନ କରାଯାଉ ଥିବା ବେଳେ ଚଳିତ ବର୍ଷ କେଉଁ କାରଣରୁ ଜାତୀୟ ପରମ୍ପରାକୁ ଭଙ୍ଗ କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଥାଉ କି ରିଆମାଳରେ ପ୍ରତ୍ୟେକ ବର୍ଷ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଥାଏ।ସମିତି ଅଧ୍ୟକ୍ଷ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥାନ୍ତି।

ରିଆମାଳ ଜୁନିଅର କଲେଜ, ରିଆମାଳ ହାଇସ୍କୁଲ, ରିଆମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ବଡବାହାଳ, ତିମୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧରମପୁର ପ୍ରାଥମିକ ବିଦ୍ୟାଳୟ, ରିଆମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମେତ ବହୁ ସରକାରୀ, ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସୁକତାର ସହ ଯୋଗ ଦେଇ ପ୍ୟାରେଡ୍ କରିଥାନ୍ତି। ଏହା ପରେ ବିଭିନ୍ନ ନୃତ୍ୟ, କଳା ପ୍ରତିଯୋଗୀ ହୋଇଥାଏ। ବିଦ୍ୟାଳୟରେ ପ୍ରବନ୍ଧ, ଚିତ୍ର, ବକ୍ତୃତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥାଏ।

ଅଧିକ ପଢ଼ନ୍ତୁ: ଆଠଗଡ଼ ପିକଅପ୍ ଭ୍ୟାନ୍ ଓଲଟି ଘଟଣା: ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହାକୁ ଦେଖିବାକୁ ଜନସାଧାରଣ ମଧ୍ୟ ବହୁ ମାତ୍ରାରେ ଉପସ୍ଥିତ ରହିଥାନ୍ତି।ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ବିଦ୍ୟାଳୟକୁ ସୂଚନା ଦେଇ ନାହାନ୍ତି। ଫଳରେ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ନୃତ୍ୟ, ଗୀତ ପ୍ରତିଯୋଗିତା ପାଇଁ ଆଗ୍ରହୀ ଥିବା ବେଳେ ନିରାଶ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ: ପୂର୍ବ ସରକାର ସମୟରେ ଓଡ଼ିଶା ଅଭିଶପ୍ତ ଥିଲା: ମନମୋହନ ସାମଲ