ବ୍ଲକସ୍ତରୀୟ ବିଜ୍ଞାନ ‌କର୍ମଶାଳା

Advertisment
ବ୍ଲକସ୍ତରୀୟ ବିଜ୍ଞାନ ‌କର୍ମଶାଳା

ଜୟପୁର: ଜୟପୁର ବ୍ଲକସ୍ତରୀୟ ବିଜ୍ଞାନ କର୍ମଶାଳା ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘‘ଧରଣୀୟ ବିକାଶରେ , ମୌଳିକ ବିଜ୍ଞାନ’’କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪ଟି ହାଇସ୍କୁଲର ଛାତ୍ରଛାତ୍ରୀ, ଗାଇଡ୍ ଶିକ୍ଷକ ଓଶିକ୍ଷୟତ୍ରୀ ଭାଗ ନେଇଥିଲେ। ଶିବିରକୁ ସ୍କୁଲର ପ୍ରଧାନଶିକ୍ଷକ ସିମାଂଚଳ ମିଶ୍ର ଉଦଘାଟନ କରିଥିଲେ। ଏଥିରେ ସରକାରୀ ଉଚ୍ଚବିଦ୍ୟାଳୟର ୱାଇ.ସୃତି ପ୍ରଥମ, ଏକମ୍ବା  ସରକାରୀ ହାଇସ୍କୁଲର ଶିବାନୀ ସ୍ବାଇଁ ୨ୟ ଓ ନୋଡାଲ ହାଇସ୍କୁଲ ପାତ୍ରପୁଟର ଗାୟତ୍ରୀ ଚଳାନ ତୃତୀୟ ସ୍ଥାନ ଲାଭ କରି ପୁରସ୍କୃତ ହୋଇଥିଲେ। ଏଥିରେ ବିଚାରକ ଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ବରିଷ୍ଠ ପ୍ରଶିକ୍ଷିକା ଉମାକାନ୍ତି ବାଇପାଇ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କିଶୋର କୁମାର ପଣ୍ଡା ଯୋଗ ଦେଇଥିଲେ। ଏହି କର୍ମଶାଳାରେ ପ୍ରଥମ ହୋଇଥିବା ଛାତ୍ରୀ ୱାଇ.ସୃତି ଆସନ୍ତା ୨୭ତାରିଖ ଦିନ ଟ୍ରେଣ୍ଡସ୍ ବିଜ୍ଞାନ କର୍ମଶାଳାରେ ଭାଗ ନେବେ ବୋଲି ସୂଚନା ମିଳିଛି।

ବିଜ୍ଞାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିବା ବେଳେ  ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ  ଶିକ୍ଷୟିତ୍ରୀ ଭାଗ ନେଇ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe