୧୫ ମାସ ହେବ ବସିନି ପଞ୍ଚାୟତ ସମିତି ବୈଠକ : ଗଠନ ହୋଇପାରୁନି କମିଟି

୧୫ ମାସ ହେବ ବସିନି ପଞ୍ଚାୟତ ସମିତି ବୈଠକ : ଗଠନ ହୋଇପାରୁନି କମିଟି

ଦଶରଥପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ୧୫ ମାସ ବିତିଲାଣି। ଏହାରି ଭିତରେ ୩ ଜଣ ବିଡିଓ କାର୍ଯ୍ୟ କଲେଣି। ମାତ୍ର ବସିପାରୁନାହିଁ ପଞ୍ଚାୟତ ସମିତି ବୈଠକ। ସରକାରୀ ନିୟମ ଅନୁଯାୟୀ ପ୍ରତି ୩ ମାସରେ ଥରେ ପଞ୍ଚାୟତ ସମିତି ବୈଠକ ବସିବା କଥା। ଏଯାବତ୍‌ ବସିପାରୁନାହିଁ। ଫଳରେ ବ୍ଲକ୍‌ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇପାରୁନାହିଁ।

ଏଣୁ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ସମସ୍ୟାର ସମାଧାନ ବାହାରିପାରୁନାହିଁ। ଏହାଛଡ଼ା କମିଟି ମଧ୍ୟ ଗଠନ ହୋଇପାରୁନାହିଁ। ପାନୀୟଜଳ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ, ଗମାନାଗମନ, ଶିକ୍ଷା ଭଳି ଖୁବ ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ ନହେବାରୁ କାର୍ଯ୍ୟ ଖୁବ ପଛରେ ପଡ଼ିଯାଇଛି। ଏଥିନେଇ ମଙ୍ଗଳପୁର ସମିତି ସଭ୍ୟା ସରିତା ପଣ୍ଡା, ଦତ୍ତପୁର ସମିତି ସଭ୍ୟ ସୁକାନ୍ତି ସାହୁ, କନିକାପଡ଼ା ସମିତି ସଭ୍ୟ ସୁନିତା ଦାସ, ପାଲଟପୁର ସରପଞ୍ଚ ଲିପିକା ମଲ୍ଲିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦିଗାମ୍ବର ମଲ୍ଲିକଙ୍କୁ ପଚାରିବାରେ ସ୍ଥାୟୀ ବିଡିଓ ନରହିବା, ମନ୍ତ୍ରୀଙ୍କ ସମୟ ଅଭାବ କାରଣରୁ ବୈଠକରେ ବିଳମ୍ବ ହେଉଛି। ନୂତନ ବିଡିଓ ଯୋଗଦେବା ପରେ ଖୁବ୍‌ଶୀଘ୍ର ପଞ୍ଚାୟତ ସମିତି ବୈଠକ ଡକାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe