ଡାଇଭର୍ସନର ଅବରୋଧ ଉପରକୁ ମାଡ଼ିଗଲା କାର: ୨ଗୁରୁତର

ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକରେ ଆଜିକୁ ୧୩ ବର୍ଷ ଧରି ଗଳାପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଛକର ତାରିଣୀ ଛକ ପରେ ଏବଂ ହୋଟେଲ ସେର-ଇ-ପଞ୍ଜାବ ପର୍ଯ୍ୟନ୍ତ ପାଖା ପାଖି ୨ଶହ ମିଟର ରାସ୍ତାର ଗୋଟିଏ ପାର୍ଶ୍ବ ନିର୍ମାଣ କାର୍ଯ୍ୟ ଲାଗି ଅବରୋଧ କରାଯାଇଛି...

accident at basta

ବସ୍ତା: ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକରେ ଆଜିକୁ ୧୩ ବର୍ଷ ଧରି ଗଳାପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଛକର ତାରିଣୀ ଛକ ପରେ ଏବଂ ହୋଟେଲ ସେର-ଇ-ପଞ୍ଜାବ ପର୍ଯ୍ୟନ୍ତ ପାଖା ପାଖି ୨ଶହ ମିଟର ରାସ୍ତାର ଗୋଟିଏ ପାର୍ଶ୍ବ ନିର୍ମାଣ କାର୍ଯ୍ୟ ଲାଗି ଅବରୋଧ କରାଯାଇଥିବାରୁ ରାତିରେ ଚାଳକ ମତିଭ୍ରମ ହୋଇ ଉକ୍ତ ଅବରୋଧ ଉପରକୁ ମାଡ଼ିଯାଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖାଯାଉଛି।

ଏହି କ୍ରମରେ ଶନିବାର ଭୋର ସମୟରେ ଏକ କାର ଭାରସାମ୍ୟ ହରାଇ ଅବରୋଧ ଉପରକୁ ମାଡ଼ିଯାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ସମେତ ଜଣେ ଗୁରୁତର ହୋଇଛନ୍ତି।  

୨ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି।ସୂଚନା ଅନୁସାରେ ଜେ ଏଚ୍ ୦୧ଇଏଲ୍ ୫୭୯୯ ନମ୍ବର ବିଶିଷ୍ଟ ଏକ କାର ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିଲା।ପ୍ରବଳ କୁହୁଡ଼ି ହୋଇଥିବାରୁ ଉକ୍ତ ଛକ ପୂର୍ବରୁ ଡ଼ାଇଭର୍ସନଟିଏ ଥିବାର ଚାଳକ ଜଣକ ପୂର୍ବାନୁମାନ କରି ନ ପାରିବାରୁ କାରଟି ଭାରସାମ୍ୟ ହରାଇ ଅବରୋଧ ଉପରକୁ ମାଡ଼ିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଧିକ ପଢ଼ନ୍ତୁ: ଅଦରକାରୀ ଆଇନ ଖୋଜିବେ ଲ' କମିସନ: ଆଇନମନ୍ତ୍ରୀ

ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର୍ ହୋଇଥିବା ବେଳେ ଚାଳକ ସମେତ ଜଣେ ଗୁରୁତର ହୋଇଥିଲେ।ଖବର ପାଇ ଜାତୀୟ ରାଜପଥ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଦ୍ବୟଙ୍କୁ ଉଦ୍ଧାର କରି ଚିକତ୍ସା ଲାଗି ବସ୍ତା ହସ୍ପିଟାଲକୁ ପଠାଇଥିଲେ। ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ସାଧାରଣରେ ଦାବି ହୋଇଛି।

ଅଧିକ ପଢ଼ନ୍ତୁ: ସମ୍ବାଦ ପରିବାରର‘ପୁନଶ୍ଚ ପୃଥିବୀ’କାର୍ଯ୍ୟକ୍ରମ ଲୋକପ୍ରିୟ ହୋଇଛି: ପରିବେଶମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe