ଆଳଦିଆ କ୍ରିକେଟ୍‌ ଟିମ୍‌ର ରକ୍ତଦାନ ଶିବିରରେ ରକ୍ତ ଦାନ କଲେ ୧୧୦ ଯୁବକ ଓ ଖେଳାଳି

Advertisment
ଆଳଦିଆ କ୍ରିକେଟ୍‌ ଟିମ୍‌ର ରକ୍ତଦାନ ଶିବିରରେ ରକ୍ତ ଦାନ କଲେ ୧୧୦ ଯୁବକ ଓ ଖେଳାଳି

ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ହିଡ଼ିଗାଁ ପଞ୍ଚାୟତ ଅନ୍ତର୍ଗତ ଆଳଦିଆ କ୍ରିକେଟ୍‌ ଟିମ୍‌ ପକ୍ଷରୁ ଏହାର ନବମ ବର୍ଷ ପୂର୍ତ୍ତି, ପବିତ୍ର ବଡ଼ଦିନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୭ ତମ ଜୟନ୍ତୀ ଅବସରରେ ମଙ୍ଗଳବାର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଏକ ରକ୍ତଦାନ ଶିବିର ଆଳଦିଆ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ରକ୍ତଦାନ ଶିବିରକୁ ବାଲେଶ୍ୱର ଉପଜିଲ୍ଲାପାଳ ନିଲୁ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ ହିଡ଼ିଗାଁ ସରପଞ୍ଚ ବାସନ୍ତୀ ବେହେରା, ଅବସରପ୍ରାପ୍ତ ଶିକ୍ଷକ କାଳନ୍ଦୀ ଚରଣ ପରିଡ଼ା, ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଓ ଚାନ୍ଦିପୁର ଥାନା ଓଆଇସି ଲକ୍ଷ୍ମଣ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ପବିତ୍ର ଦିନରେ ରକ୍ତଦାନ କରିଥିବାରୁ ରକ୍ତଦାତାମାନଙ୍କୁ ସେମାନେ ଉତ୍ସାହିତ କରିଥିଲେ।

ଟିମ୍‌ର କ୍ୟାପ୍ଟେଟ୍‌ ଶ୍ରୀକାନ୍ତ ବେହେରା ଓ କାର୍ତ୍ତିକ ବେହେରାଙ୍କ ତତ୍ତ୍ୱବାବଧାନରେ ଅନୁଷ୍ଠିତ ଶିବିରରୁ ୧୧୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲ। ଡା. ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ୍‌ ଅକ୍ଷୟ କୁମାର ଜେନା, ଷ୍ଟାଫ୍‌ ନର୍ସ ସ୍ୱାତୀ ସୁଚରିତା ରାଜ୍‌ ଓ ନରେନ୍ଦ୍ର ମଲ୍ଲିକ ରକ୍ତ ସଂଗ୍ରହ କରିଥିଲେ।

ନିଶିଥ୍‌ କୁମାର ବେହେରା, ଅକ୍ଷୟ କୁମାର ସେଠୀ, ଅଜିତ କୁମାର ମଲ, ଭବାନୀ ଶଂକର ବେହେରା, ଜଗବଂଧୁ ନାୟକ, ବିଜୁ କିଶୋର ମଲ, ଦୀପକ ଦାସ, ବସନ୍ତ ପରମାଣିକ, ଯତନ କୁମାର ବେହେରା, ହେମନ୍ତ କୁମାର ବେହେରା, ରାକେଶ ଦାସ, ବିଶ୍ୱାସ ବେହେରା ଶିବିରକୁ ପରିଚାଳନା କରିଥିବା ବେଳେ ରାଜେଶ କୁମାର ବେହେରା, କାଳୁ କିଶୋର ମଲ, ଦେବେନ୍ଦ୍ର ପରିଡ଼ା, ରବୀନ୍ଦ୍ର ବେହେରା, ‘ଆମ ଓଡ଼ିଶା’ର ଉତ୍ତର ଓଡ଼ିଶା ସଂସ୍କରଣ ସହଯୋଗୀ ଲକ୍ଷ୍ମୀଧର ବାରିକ୍‌, ରମେଶ ଜେନା ସହଯୋଗ କରିଥିଲେ। ଟିମ୍‌ କ୍ୟାପଟେନ୍‌ ବେହେରା ସମସ୍ତ ରକ୍ତଦାତା, ସହଯୋଗୀ ଓ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe