୨ବିପ୍ଲବୀଙ୍କ ସ୍ମୃତି ଉଦେଶ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର;୨୨ୟୁନିଟ ରକ୍ତ ସଂଗ୍ରହ

Advertisment
୨ବିପ୍ଲବୀଙ୍କ ସ୍ମୃତି ଉଦେଶ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର;୨୨ୟୁନିଟ ରକ୍ତ ସଂଗ୍ରହ

Sambad

ଜୟପୁର/ବୋରିଗୁମ୍ମା: ୨ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଉଭୟଙ୍କ ସ୍ମୃତି ଚାରଣ କରି ‘ସମ୍ବାଦ’ ଆ‌ମଓଡିଶା ପକ୍ଷରୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଦୋରା କଂମ୍ପ୍ଲେକ୍ସ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୨୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ପ୍ରଥମେ ପି.ଅରବିନ୍ଦ ରକ୍ତଦାନ କରିବା ପରେ ଶିବିର ଆରମ୍ଭ ହୋଇଥିଲା। ବହୁ ରକ୍ତଦାତା ପ୍ରଥମ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିର ଆ‌ୟୋଜକ ବିଶ୍ବଜିତ ପାଣିଗ୍ରାହୀଙ୍କ ପତ୍ନୀ ଅମୃତା ପାଣିଗ୍ରାହୀ ଶିବିରରେ ଏକ ମାତ୍ର ମହିଳା ଭାବେ ଯୋଗ ଦେଇ ରକ୍ତଦାନ କରିଥିଲେ। ଶିବିରରେ ‘ଏ’ ପଜିଟିଭ୍ ଗୃପର ୫ଟି, ‘ବି’ ପଜିଟିଭ୍ ଗୃପର ୫ଟି ଓ ‘ଓ’ ଗୃପର ୧୨ଟି ଏଭଳି ୨୨ୟୁନିଟ ସଂଗ୍ରହ ହୋଇଥିଲା।

ସୂଚନାଯୋଗ୍ୟ, ଜୟପୁର ରେଡକ୍ରସ ରକ୍ତଭଣ୍ଡାରରେ ‘ଏ’ ପଜିଟିଭ୍ ଓ ‘ଓ’ପଜିଟିଭ୍ ଗୃପର ରକ୍ତ ନଥିବା ବେଳେ ଶିବିରରେ ଏହି ରକ୍ତସଂଗ୍ରହ ହୋଇଥିବାରୁ ଜରୁରୀ ରୋଗୀଙ୍କୁ ଏହା ନିଶ୍ଚିତ ରୁପେ ସହାୟକ ହୋଇପାରିବ। ଶିବିରଟିକୁ ବୋରିଗୁମ୍ମା ବିଡିଓ ପ୍ରଣୟ ରଂଜନ ବେହେରା ଅତିଥି ଭାବେ ଯୋଗ ଦେଇ ଆରମ୍ଭ କରିଥିଲେ।

ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବୋରିଗୁମ୍ମା ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ, ଏଏସଆଇ ପ୍ରକାଶ ମିଶ୍ର, ବୋରିଗୁମ୍ମା ସିଏଚସିର ଡ.ଦିଲ୍ଲୀପ କୁମାର ନାଥ, ସମ୍ବାଦ ସାହିତ୍ୟ ଘରର ରଜତ ପଣ୍ଡା, ସୁରେଶ ରାଉତ, କେ.ଭାସ୍କର ରାଓ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆମଓଡିଶା ଓ ସମ୍ବାଦର ମାନପତ୍ର, ରେଡକ୍ରସର ମାନପତ୍ର, ପରିଚୟ ପ୍ରତ୍ର ରକ୍ତଦାତାଙ୍କୁ ଦିଆଯାଇଥିଲା।

publive-image Sambad

ରକ୍ତଭଣ୍ଡାରର ବରିଷ୍ଠ ଟେକ୍ନିସିଆନ୍ ଅମ୍ଲାନ ଜ୍ୟେତି ଦାଶ, ଅଭୟ ପଣ୍ଡା, ମାମା ସୋନିୟା ପ୍ରଧାନ ରକ୍ତସଂଗ୍ରହ କରିଥିଲେ। ସମ୍ବାଦର ଜୟପୁର ନଗର ପ୍ରତିନିଧି ସୁରେଶ କୁମାର ନାଇଡୁ, ବୋରିଗୁମ୍ମା ପ୍ରତିନିଧି ଆର.ମାଧବ ରାଓ ପଟ୍ଟନାୟକ, ବିଶ୍ବଜିତ ପାଣିଗ୍ରାହୀ, ଲୋକନାଥ ପଟ୍ଟନାୟକ, ଆମଓଡିଶାର ତ୍ରିଶୁଳ ସାନ୍ତ୍ରା ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।

ସୁଶାନ୍ତ ପଣ୍ଡା, ବାବୁଲା ପାଢ଼ୀ, ବିନୁ ପାଣିଗ୍ରାହୀ, ରିଙ୍କୁ ପାଣିଗ୍ରାହୀ, ନାରାୟଣ ଭୁମିଆ, ନକୁଳ, ଭଗବାନ ହରିଜନ ପ୍ରମୁଖ ସହଯୋଗ କରିଥିଲେ। ରକ୍ତଦାତା ଜୀବନଦାତା- ପି.ଅରବିନ୍ଦ ,ଦୁର୍ୟ୍ୟୋଧନ ଗୌଡ, ରଘୁ ମୋହନ ବିଷୋଇ, ଅଶୋକ କୁମାର ବେହେରା, ସଲମନ ବାଘ, ପି.ରମେଶ, ବିଜୟ କୁମାର ଗୌଡ଼, କେ.ଅନିଲ କୁମାର, ତ୍ରିପତି ନାୟକ, ସୁଶାନ୍ତ କୁମାର ପଣ୍ଡା, ଘାସିରାମ ପେଣ୍ଟିଆ, ସୂର୍ୟ୍ୟନାରାୟଣ ଦାଶ, ଜଗନ୍ନାଥ ପାଣିଗ୍ରାହୀ, ମହମ୍ମଦ ଅବଦୁଲ ହମିଦ, ଅମୃତା ପାଣିଗ୍ରାହୀ, ସନ୍ତୋଷ ତ୍ରିପାଠୀ, ସନ୍ତୋଷ କୁମାର ପାତ୍ର, ନରସିଙ୍ଗ କୁମାର ବିନ୍ଧାଣୀ, ସନ୍ତୋଷ କୁମାର ବେହେରା, ବଳରାମ ପୁଜାରୀ, ପର୍ଶୁରାମ ସ୍ବାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe