ଉତ୍କଳ ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଉତ୍କଳ ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sambad

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ଶ୍ରୀ ସତ୍ୟସାଇ ସେବା କେନ୍ଦ୍ର ଏବଂ ଆମ ଓଡିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସତ୍ୟସାଇ ସେବା କେନ୍ଦ୍ରର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର, ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ସାହୁ, ଆବାହକ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରର ରକ୍ତଦାତା ମାନେ ହେଲେ ମାନସ ରଂଜନ ସାହୁ, ବ୍ରଜ ମୋହନ ସାହୁ, ଧରୀନ୍ଦ୍ର ସାହୁ, ସୀମାଞ୍ଚଳ ମହାନ୍ତି, କୃଷ୍ଣାନନ୍ଦ ଗୌସ୍ବାମୀ, ଦୀନବନ୍ଧୁ ନାୟକ, ସଚ୍ଚିଦାନନ୍ଦ ସାହୁ, ନିତ୍ୟାନନ୍ଦ ମହଲ୍ଲିକ, ଜୟନ୍ତ କୁମାର ବୈଦ୍ୟ, ଶେଖ ମହମ୍ମଦ ବାସେଲା, ଜଗମୋହନ ଚୌଧୁରୀ, ଭଗବାନ ଭୁମିଆ, ଜଗନ୍ନାଥ ନାୟକ, ଏମ୍‌.ଭେଙ୍କେଟେସ ଏବଂ ସୁଶାନ୍ତ କୁମାର ବେହେରା।

publive-image Sambad

ପ୍ରତିବର୍ଷ ସତ୍ୟସାଇ ସେବା କେନ୍ଦ୍ର ତରଫରୁ ଏହି ମହାନ କାମ କରାଯାଉଛି। ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ତେଣୁ ଜିଲ୍ଲାର ସମସ୍ତ ସତ୍ୟସାଇ ସେବା କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଉଛି। ଏହି ରକ୍ତଦାନ ଶିବିରରେ ଆମ ଓଡିଶାର ସଂଯୋଜକ ଜୟନ୍ତ ବେହେରା ସହଯୋଗ କରିଥିବା ବେଳେ ରକ୍ତ ସଂଗ୍ରହରେ ସୁଜଲ ରାୟ, ମୋହନ ଭୁମିଆ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe