ସହିଦ ଦିବସ ଅବସରରେ ରକ୍ତଦାନ ଶିବିର

Advertisment
ସହିଦ ଦିବସ ଅବସରରେ ରକ୍ତଦାନ ଶିବିର

Sambad

ଗୋବିନ୍ଦପାଲ୍ଲୀ/ଖଇରପୁଟ: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସହିଦ ଦିବସ ପାଳନ କରାଯିବା ସହ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ, ଆମ ଓଡିଶା, ନେହରୁ ଯୁବ କେନ୍ଦ୍ର ଏବଂ ସମ୍ବବେଦନା ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରେ ମୋଟ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ବିଡିଓ ହୃଦାନନ୍ଦ ସାହୁ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁମୁଦିନୀ କିରସାନି ସଭାପତିତ୍ବ କରିଥିଲେ। ଜିଲ୍ଲା ରେଡକ୍ରସର ଯୁବ ସଂଯୋଜକ ଡଃ. ରଂଜନ କୁମାର ସ୍ବାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅତିଥିମାନେ ଆୟୋଜିତ ସଭାରେ ରକ୍ତଦାନର ମହତ ସଂପର୍କରେ ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି, ନେହେରୁ ଯୁବ କେନ୍ଦ୍ରର ଅଧିକାରୀ ହରିଷ ରୁପେଲ, ଶ୍ରମ ଅଧିକାରୀ ମଦନ ମୋହନ ପାଇକ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

publive-image Sambad

ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ହୃଷିକେଶ ବେହେରା, ବି.ଆଶିଷ ରାଠୋର, ରଞ୍ଜିତ ଦେଶିଆନାୟକ, ଦୈତାରୀ ପାଙ୍ଗି, ବୃଷୁ ମାସା, ଲୋକନାଥ ଦୋରା, କୁନା ସମରଥ, ସୁନାଧର ମାଢି, ନନ୍ଦ ପାଙ୍ଗି, ଗୁରୁବନ୍ଧୁ କୋପେ, ଗଂଗାଧର ଦୋଳ, ସଂତୋଷ କୁମାର ପାତ୍ର, ଲକ୍ଷ୍ମଣ ମାଢି, ତ୍ରିନାଥ ପୁଷା, ସୁଶାନ୍ତ କୁମାର ବେହେରା, ହୃଷିକେଷ ପାଣିଗ୍ରାହୀ, ଗଂଗାଧର ମିଶ୍ର, ରାଜେନ୍ଦ୍ର ପାଲାମି, ନାରାୟଣ ଉମୁଡୁ, ଦେବ ପ୍ରସାଦ ମହାନନ୍ଦିଆ, ମହେନ୍ଦ୍ରନାଥ ରାୟ ଏବଂ ପ୍ରଶାନ୍ତ କୁମାର ବାଗ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହୋନ ସଗଡିଆ, ଡଃ. ଆଶିଷ କୁମାର ରାଠୋର, ଆନନ୍ଦ ଚାର୍କି, ହୃଷିକେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ। ରକ୍ତ ସଂଗ୍ରହରେ ସୁଜଲ ରାୟ, ଅର୍ଚନା ସାହା, ଏନ.ସୁବର୍ଣ୍ଣା, ମହୋନ ଖେମୁଡୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe