ଟ୍ରେନ ଦୁର୍ଘଟଣା ଗୁରୁତରଙ୍କ ପାଇଁ ଭଦ୍ରକ ବ୍ଲଡ ବ୍ୟାଙ୍କରେ ରକ୍ତ ଦାନ ଶିବିର

Advertisment
ଟ୍ରେନ ଦୁର୍ଘଟଣା ଗୁରୁତରଙ୍କ ପାଇଁ ଭଦ୍ରକ ବ୍ଲଡ ବ୍ୟାଙ୍କରେ ରକ୍ତ ଦାନ ଶିବିର

ଭଦ୍ରକ:ବାଲେଶ୍ଵରର ବାହାନଗା ଟ୍ରେନ ଦୁର୍ଘଟଣା ରେ ଗୁରୁତର ଭାବରେ ଆହାତ ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇବାକୁ ପାଇଁ ଭଦ୍ରକ ବ୍ଲଡ ବ୍ୟାଙ୍କ ରେ ଶତାଧିକ ଯୁବକ ଯୁବତୀ , ଛାତ୍ର ଛାତ୍ରୀ ଓ ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନର କର୍ମ କର୍ତ୍ତା ରକ୍ତ ଦାନ କରିଛନ୍ତି। ଶନିବାର ୨୦୫  ରକ୍ତଦାତା   ଭଦ୍ରକ ବ୍ଲଡ ବ୍ୟାଙ୍କ କୁ ଆସି ରକ୍ତ ଦାନ କରିଛନ୍ତି। ଭଦ୍ରକରେ ଚିକିତ୍ସିତ ହେଉଥିବା ୮୫ ରୁ ଉର୍ଦ୍ଧ ଆହତ ଙ୍କର ରକ୍ତର ଆବଶ୍ୟକ ପଡ଼ୁଥିବା ବେଳେ ସେମାନଙ୍କୁ ଭଦ୍ରକ ବ୍ଲଡ ବ୍ୟାଙ୍କ ପକ୍ଷରୁ ରକ୍ତ ଦିଆଯାଉଛି।

  ସୋର , ବାଲେଶ୍ଵର ଓ କଟକ ବଡ଼ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଆହତ ରୋଗୀଙ୍କର ରକ୍ତର ଆବଶ୍ୟକ ପଡ଼ିଲେ ଭଦ୍ରକ ରକ୍ତ ଭଣ୍ଡାରରୁ ରକ୍ତ ପ୍ରଦାନ କରାଯିବ ବୋଲି ଭଦ୍ରକ ବ୍ଲଡ ବ୍ୟାଙ୍କର ଅଧିକାରୀ ଡାକ୍ତର ବିମଳା ମିଶ୍ର କହିଛନ୍ତି। ଭଦ୍ରକର ଏହି ରକ୍ତ ଦାନ କାର୍ଯ୍ୟ ଗତକାଲି ରାତିଠାରୁ ଚାଲିଛି। ଅନ୍ୟର ଜୀବନ ବଞ୍ଚାଇବା  ପାଇଁ ଏହି ଲୋକମାନେ ରକ୍ତଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe