ବ୍ଲୁ-ଷ୍ଟାର କ୍ଲବର ଷଷ୍ଠବାର୍ଷିକ ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ , ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ

ବ୍ଲୁ-ଷ୍ଟାର କ୍ଲବର ଷଷ୍ଠବାର୍ଷିକ ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ , ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ

ବାଲେଶ୍ୱର: ସ୍ଥାନୀୟ ଆଜିମାବାଦ ୟୁପି ସ୍କୁଲ ପରିସରରେ ରବିବାର ବାଲେଶ୍ୱର ସହରର ଅଗ୍ରଣୀ ଅନୁଷ୍ଠାନ ବ୍ଲୁ-ଷ୍ଟାର କ୍ଲବ ପକ୍ଷରୁ ଷଷ୍ଠ ବାର୍ଷିକ ମେଗା ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଏସ୍‌ପି ବି. ଯୁଗଳକିଶୋର ଓ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଯୋଗ ଦେଇ ମିଳିତ ଭାବେ ଶିବିରକୁ ଉଦ୍‌ଘାଟନ କରି କ୍ଲବର ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବ୍ଲୁ-ଷ୍ଟାର କ୍ଲବ ପକ୍ଷରୁ ଷଷ୍ଠ ବାର୍ଷିକ ମେଗା ରକ୍ତଦାନ ଶିବିରରେ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

publive-image

ଏଥିସହିତ କ୍ଲବ୍‌ ପକ୍ଷରୁ ଗରିବ ଛାତ୍ର୍ରୀଙ୍କୁ ଆର୍ଥିକ ସହାୟତା ଆଜିର ରକ୍ତଦାନ ଶିବିର ଅବସରରେ କ୍ଲବ୍‌ ପକ୍ଷରୁ ଜଣେ ଗରିବ ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସମ୍ପୃକ୍ତ ଛାତ୍ରୀଙ୍କ ନାମ ରିଜୁଆନା ଖାତୁନ। ସେ ବାଲେଶ୍ୱର ମହିଳା କଲେଜର ୟୁକ୍ତ ତିନିରେ ଅଧ୍ୟୟନ କରୁଛନ୍ତି। କ୍ଲବ୍‌ ପକ୍ଷରୁ ରିଜୁଆନାଙ୍କୁ ୪୦୦୦ଟଙ୍କା ସହାୟତା ରାଶି ଟାଉନ୍‌ ଥାନା ଆଇଆଇସି ସରୋଜିନୀ ନାୟକଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe