Advertisment

ଲକ୍ଷ୍ମୀବଜାର କମିଟି ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଭାବେ ରକ୍ତଦାନ ଶିବିର

Advertisment

୨୪ ୟୁନିଟ ରକ୍ତ ସଂଗ୍ରହ

୨୪ ୟୁନିଟ ରକ୍ତ ସଂଗ୍ରହ

ଲକ୍ଷ୍ମୀବଜାର କମିଟି ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଭାବେ ରକ୍ତଦାନ ଶିବିର

Sambad

ଖୋର୍ଦ୍ଧା: ଆଜି ଡାଳତୋଳା ଲକ୍ଷ୍ମୀ ବଜାର କମିଟି ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଡାଳତୋଳା ଲକ୍ଷ୍ମୀ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ପ୍ରବଳ ବର୍ଷା ସତ୍ୱେ ଆଜିର ରକ୍ତଦାନ ଶିବିରରେ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ବଜାର କମିଟିର ପ୍ରଭୁ ପ୍ରସାଦ ରଣସିଂହ, ବାବୁନା ବଳିଆରସିଂହ, ବିକାଶ ପ୍ରହରାଜ, ମାନସ ସାହୁ, ସମ୍ବାଦ ଆମ ଓଡ଼ିଶାର ଭୁବନେଶ୍ୱର ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ।

publive-image Sambad

ଦିପୁ ସାମନ୍ତରାୟ, ଜିତେନ୍ଦ୍ର ବରାଳ, ବାବୁନା ବଳିଆରସିଂହ, ଚିତ୍ତରଂଜନ ବେହେରା, ଦେବରାଜ ସୁବୁଦ୍ଧି, ଆଶୁତୋଷ ରଣସିଂହ, ସତ୍ୟବ୍ରତ ପାତ୍ର, ପ୍ରତାପ କୁମାର ସାହୁ, ବିଶ୍ୱଜିତ ପାତ୍ର, କବି ରଂଜନ ସାହୁ, ବିକାଶ ପ୍ରହରାଜ, ଶ୍ରୀନିବାସ ସାହୁ, ଲକ୍ଷ୍ମୀକାନ୍ତ ଜେନା, ଘନଶ୍ୟାମ ମହାରଣା, ସୁଶାନ୍ତ ରଣସିଂହ, ସ୍ୱପ୍ନେଶ୍ୱର ସାହୁ, ମାନସ ସାହୁ, ରଜେଶ ବୈରିଗଂଜନ, ପ୍ରଭୁ ପ୍ରସାଦ ରଣସିଂହ, ସତ୍ୟପ୍ରକାଶ ଭାରତୀୟ, ସର୍ବେଶ୍ୱର ସେଠୀ, ଦେବାଶିଷ ସାହୁ, ବିଶ୍ୱରଂଜନ ପାଲଟାସିଂହ ପ୍ରମୁଖ ରକ୍ତଦାନ କରିଥିଲେ। ରକ୍ତ ନମୁନା ପରୀକ୍ଷା ଓ ସଂଗ୍ରହରେ କେନ୍ଦ୍ରାପଡ଼ା ରକ୍ତଭଣ୍ଡାରର ସଂଚାଳକ ରକେଶ କୁମାର ମିଶ୍ର, ଟେକ୍ନିସିଆନ୍ ଲକ୍ଷ୍ମଣ ମାଝୀ, ମନୋଜ କୁମାର ଦାସ, ସୌମ୍ୟରଂଜନ ସେଠୀ, ଶେଖ୍ ଅବ୍ଦୁଲ ଆସିକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe