ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ସମ୍ବାଦ ଆମଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୨୩ ୟୁନିଟ୍ ରକ୍ତ ସଂଗ୍ରହ

Advertisment
ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ସମ୍ବାଦ ଆମଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୨୩ ୟୁନିଟ୍ ରକ୍ତ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ କାଇପଦର ଠାରେ ଥିବା ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନ୍ସିସି) ଓ ସମ୍ବାଦ ଆମଓଡ଼ିଶା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମଚାରୀ, ଏନ୍ସିସି ଛାତ୍ରଛାତ୍ରୀମାନେ ପ୍ରବଳ ଆଗ୍ରହ ସହକାରେ ରକ୍ତଦାନ କରିଥିଲେ । ମୋଟ ୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସ୍ୱେଚ୍ଛାକୃତ ରକ୍ତଦାତାମାନେ ହେଲେ- ସୁମିତ୍ର ରାଉତରାୟ, ଅମୂଲ୍ୟ କାଣ୍ଡୁ, ମହେଶ ପଲେଇ, ସୁନୀଲ ସ୍ୱାଇଁ, ଦୀପକ ମାର୍ଥା, ଭକ୍ତବନ୍ଧୁ ଦାସ, ଲିପ୍ସାରାଣୀ ଦଳାଇ, ମସରୁର ଅହମ୍ମଦ ଖାଁ, ସତ୍ୟବ୍ରତ ସ୍ୱାଇଁ, ସସ୍ମିତା ପରିଡ଼ା, ସୋମରାଜ ରାଉତରାୟ, ଆଶିଷ ବେହେରା, ଲିପାଲି ବାରିକ, କ୍ରିଷ୍ଣା ଜେନା, ପ୍ରିୟବ୍ରତ ସାହୁ, ସେକ୍ ଅଲାତ୍, ପ୍ରିୟରଂଜନ ଦଳାଇ, ସ୍ମୃତିରେଖା ସାହୁ, ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା, ଦୀପାଂଜଳି ଭୋଳ, ଅଭିଲିପ୍ସା ଦଳାଇ, ସୁଦୀପ୍ତ ସ୍ୱାଇଁ, ଅରଜିତ ପୃଷ୍ଟି । ଖୋର୍ଦ୍ଧା ରକ୍ତଭଣ୍ଡାରର ଡାକ୍ତର ସୌରଭ ସୁନ୍ଦରାୟ, ବୈଷୟିକ କର୍ମଚାରୀ ଝାନ୍ସୀରାଣୀ ପାତ୍ର, ବିଚିସ୍ମିତା ପୁହାଣ, ଶ୍ରୀକାନ୍ତ ସାମନ୍ତସିଂହାର ଋକ୍ତ ନମୁନା ପରୀକ୍ଷଣ ଓ ସଂଗ୍ରହ କରିଥିଲେ ।

ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣକାନ୍ତ ରାୟ ଯୋଗ ଦେଇ ଶିବିରର ଉଦ୍ଘାଟନ କରିଥିଲେ । ଅଧ୍ୟାପକ ପ୍ରତାପ କିଶୋର ଛୋଟରାୟ, ଡ ଜନ୍ମେଜୟ ଚୌଧୁରୀ, ମାନଓ କୁମାର ଜୟସିଂହ, ବଳରାମ ପାଶାୟତ, ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ସୁଜ୍ଞାନୀ ଭଂଜସାମନ୍ତ, ସ୍ୱୟଂପ୍ରଜ୍ଞା ମାନ୍ଧାତା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏନ୍ସିସି ଅଧିକାରୀ ତଥା ଅଧ୍ୟାାପକ ତପନ କୁମାର ପୃଷ୍ଟି ଓ ସମ୍ବାଦ ଆମଓଡ଼ିଶାର ସଂଗ୍ରାମ କେଶରୀ ସାମନ୍ତରାୟ ଓ ମହାବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe