ବିଶ୍ୱ ରକ୍ତଦାତା ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Advertisment
ବିଶ୍ୱ ରକ୍ତଦାତା ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ରାଇରଙ୍ଗପୁର: ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏବଂ ଗ୍ରୀଷ୍ମ ଋତୁ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ସଂକଟ ଯୋଗୁଁ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟର ରକ୍ତ ଭଣ୍ଡାର ପରିସରରେ ରକ୍ତ ଭଣ୍ଡାର ଅଧିକାରିଣୀ ଡଃ ସ୍ମିତାଶ୍ରୀ ବିରୁଆଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଡି ଭଲେନଟିୟାରସ୍ ଓ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଏଲ୍.ଟି ଦେବବ୍ରତ ଗିରି, ସୁପ୍ରିୟା ମହାନ୍ତ, ସୁମନ୍ତ ଗିରି, ସୁଜାତା ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ଶିବିରକୁ ପରିଚାଳନା କରିବାରେ ସମ୍ବାଦ ଆମ ଓଡ଼ିଶାର ସଂଯୋଜକ ତୁଷାର କାନ୍ତ ମହାନ୍ତ, ରେଡି ଭଲେନଟିୟାରସ୍‌ର ଉପଦେଷ୍ଟା ବିଜୟ କୁମାର ରାମ୍, ସଦସ୍ୟ/ସଦସ୍ୟା ସୁନିତା ଗିରି, ତୋପଇ ବେହେରା, ସୁଭଦ୍ରା ବାରିକ, ଜୟଶ୍ରୀ ବେହେରା, ଉଷସୀ ବେହେରା, ପ୍ରିତି ରାଜ୍, ଆଦିତ୍ୟ କୁମାର, ପୀୟୁଷ କୁମାର ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ଶିବିରରୁ ମୋଟ୍ ୧୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ ରକ୍ତଦାତାମାନଙ୍କୁ ରକ୍ତଭଣ୍ଡାର ପକ୍ଷରୁ ଟି-ସାର୍ଟ ପ୍ରଦାନ କରାଯାଇଥିଲା। ଶେଷରେ ଡାଃ ବିରୁଆ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe