ସପ୍ତାହେ ହେଲା ରକ୍ତଭଣ୍ଡାରରେ ରକ୍ତ ଶୁନ୍ : ଅଦଳବଦଳ ନ ହେଲେ ମିଳୁନି ରକ୍ତ

Advertisment
କରୋନା ସାଙ୍ଗକୁ ଖରା ଭୟ, ରାଜଧାନୀରେ ରକ୍ତ ସଂକଟ ଆଶଙ୍କା

Indian Express

ଜୟପୁର: ଗୋଟିଏ ପଟେ କରୋନା ସଂକ୍ରମଣ କମିନି। ଅନ୍ୟ ପକ୍ଷରେ ଜୟପୁର ରକ୍ତଭଣ୍ଡାରରେ ଏବେ ରକ୍ତର ଅଭାବ ଦେଖାଦେଇଛି। ପ୍ରତିମାସରେ ୩୦୦ରୁ ୩୬୦ୟୁନିଟ୍ ରକ୍ତର ଆବଶ୍ୟକତା ରହୁଛି। ତେବେ ଗତ ମାର୍ଚ୍ଚ ମାସ ପର ଠାରୁ କରୋନା ଲାଗି ରହିଥିବାରୁ ଏହି ବର୍ଷ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଂଖ୍ୟା ବି କମିଛି। ଅନ୍ୟ ପକ୍ଷରେ ପୂର୍ବ ଭଳି ରକ୍ତର ଚାହିଦା ବି ବଢ଼ିଛି। ଜୟପୁର ରକ୍ତଭଣ୍ଡାର ଉପରେ ୨୮୦ଜଣ ରକ୍ତଶିକୁଳି ରୋଗୀ, ୧୫ଜଣ ଥାଲେସେମିଆ ରୋଗୀ ପୁରା ପୁରି ନିର୍ଭର କରନ୍ତି ।

ଏହା ବାଦ ରକ୍ତହୀନତାରେ ଥିବା ପ୍ରସୁତି ମା, ଦୁର୍ଘଟଣାରେ ଶୀକାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ସହ ହିମୋଗ୍ଲୋବିନ୍ କମ୍ ଥିବା ଲୋକଙ୍କୁ ରକ୍ତ ଯୋଗାଇ ଦିଆଯାଉଛି। ଏହି ସ୍ଥିତିରେ ସଂପ୍ରତି ଆଉ ଜୟପୁର ରକ୍ତଭଣ୍ଡାରରେ କୌଣସି ବର୍ଗର ରକ୍ତ ନଥିବା ବେଳେ ଗତ ସପ୍ତାହକ ହେବ ଏହା ଖାଲି ପଡ଼ିଛି। ଗତ ମାର୍ଚ୍ଚ ମାସ ପର ଠାରୁ ରକ୍ତଭଣ୍ଡାରରେ ରକ୍ତର ଅଭାବ ବହୁ ସମୟରେ ଲାଗି ରହୁଛି।

ଯଦିଓ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ, ସମ୍ବାଦ ଓ ଆମ ଓଡିଶା ଆଦି ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେବା ଫଳରେ ଯଦିଓ କିଛି ମାତ୍ରାରେ ଚାହିଦା ମେଣ୍ଟୁଛି ତଥାଫି ବହୁ ସମୟରେ ରକ୍ତଭଣ୍ଡାର ଖାଲି ରହୁଛି ବୋଲି କହିଛନ୍ତି ରକ୍ତଭଣ୍ଡାର ଅଧିକାରୀ ଡ.ସୂର୍ଯ୍ୟଶେଖର ମିଶ୍ର। ଅଦଳବଦଳ କରିକି ରୋଗୀଙ୍କ ସଂପର୍କୀୟମାନେ ରକ୍ତ ନେଉଛନ୍ତି। କରୋନା ପାଇଁ ଶିବିର ବି ଅଧିକା ସଂଖ୍ୟାରେ ଆୟୋଜନ ହୋଇପାରି ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ବିଭିନ୍ନ ଅନୁଷ୍ଠାନ, ସଂଗଠନ ଗୁଡିକ ଏହି ସ୍ଥିତିକୁ ସୁଧାରିବା ପାଇଁ ଆଗାମୀ ଦିନରେ କ୍ୟାମ୍ପ କରିବାକୁ ରକ୍ତଭଣ୍ଡାର ଅଧିକାରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe