ଫୁଲୁଛି ଜଳକା: ବନ୍ୟା ଆଶଙ୍କାରେ ଆତଙ୍କିତ ଲୋକେ

ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି। ନଦୀକୂଳିଆ ଲୋକେ ବନ୍ୟା ଆଶଙ୍କାରେ ଆତଙ୍କିତ ହୋଇ ପଡ଼ିଛନ୍ତି। ମଥାନୀଠାରେ ବିପଦ ସଙ୍କେତ ୬ ମିଟର ଥିବା ବେଳେ ଗୁରୁବାର ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପହଞ୍ଚିଛି...

3aamama

ବାଲେଶ୍ୱର:  ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି। ନଦୀକୂଳିଆ ଲୋକେ ବନ୍ୟା ଆଶଙ୍କାରେ ଆତଙ୍କିତ ହୋଇ ପଡ଼ିଛନ୍ତି। ମଥାନୀଠାରେ ବିପଦ ସଙ୍କେତ ୬ ମିଟର ଥିବା ବେଳେ ଗୁରୁବାର ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପହଞ୍ଚିଛି।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ  ନଦୀର ଜଳସ୍ତର ଲଗାତାର ବଢୁଛି। ଦୁଇ ଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଲଗାଣ ପ୍ରବଳ ବର୍ଷା ଯୋଗୁ  ନଦୀର ଜଳସ୍ତର ବୃଦ୍ଧି ପାଉଛି। ଏହାଦ୍ବାରା ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ଗତ ବନ୍ୟାରେ ବସ୍ତା ବ୍ଲକର ୧୦ ଟି ପଞ୍ଚାୟତ ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ପାଣି ପଶି ଥିଲା । ସେଥିରେ ବହୁ ପରିମାଣରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଗତ ଦିନେ ଦୁଇଦିନ ହେବ ପାଣି ଛାଡିଥିବା ବେଳେ ପୁଣି ଏକ ଲଘୁଚାପ ଯୋଗୁଁ ବନ୍ୟା ହୋଇ ଚାଷ ଜମିରେ ପାଣି ପଶିଲେ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe