ପଂଚ ପାଇକ ସ୍ମାରକୀ ନିମନ୍ତେ ନକ୍ସା ପ୍ରଦାନ

ପଂଚ ପାଇକ ସ୍ମାରକୀ ନିମନ୍ତେ ନକ୍ସା ପ୍ରଦାନ

Sambad

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ରାଜପଥ କଡ଼ର ଥିବା ୧୩୧ ନମ୍ବର ପ୍ଲଟକୁ ଐତିହାସିକ ଖୋର୍ଦ୍ଧାର ପ୍ରତୀକ ଚହ୍ନ ପାଲଟିଥିବା ପଂଚପାଇକ ସ୍ମାରକୀ ସ୍ଥାନାନ୍ତର କରାଯାଉଛି। ଏନେଇ ଆଜି ଖୋର୍ଦ୍ଧା ନାଗରିକ ମଂଚ ପକ୍ଷରୁ ଏକ ନକ୍ସା ଓ ବ୍ୟୟ ଅଟକଳ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି। ଆଜି ଖୋର୍ଦ୍ଧା ନାଗରିକ ମଂଚର ସମ୍ପାଦକ ସଂଜୟ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଭେଟି ନକସା ଓ ବ୍ୟୟ ଅଟକଳ ପ୍ରଦାନ କରିଛନ୍ତି। ଏନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୬ ଡିସେମ୍ବର ୧୯୯୯ରେ ତତ୍କାଳୀନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ ଏହି ସ୍ମରକୀ ସ୍ଥାପନ କରିଥିଲେ। ଏହା ପରବର୍ତ୍ତୀ ସମୟରେ ଖୋର୍ଦ୍ଧାର ପରିଚୟ ପାଲଟିଛି। ଜାତୀୟ ରାଜପଥ ସଂପ୍ରସାରଣ ହେତୁ ଏହାକୁ ସ୍ଥାନାନ୍ତର ଆବଶ୍ୟକତା ପଡ଼ିଥିଲା।

ଏହା ନେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତୃପକ୍ଷ, ନିର୍ମାଣକାରୀ ଠିକା ସଂସ୍ଥା ସହ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ୧୩୧ ନମ୍ବର ପ୍ଲଟକୁ ସ୍ମାରକୀ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯିବା ସହ ଖୋର୍ଦ୍ଧା ନାଗରିକ ମଂଚକୁ ଏନେଇ ଏକ ବ୍ୟୟ ଅଟକଳ ଓ ନକ୍ସା ପ୍ରସ୍ତୁତ କରିଦେବାକୁ କୁହାଯାଇଥିଲା। ଆଜି ବୈଠକର ନିଷ୍ପତ୍ତି ଅନୁସାରେ ଏହା ପ୍ରଦାନ କରାଯିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe