ଶ୍ରମିକଙ୍କ ସମସ୍ୟା ସମାଧାନ ଦାବିରେ ଭାରତୀୟ ମଜଦୁର ସଂଘର ଦାବିପତ୍ର

Advertisment
ଶ୍ରମିକଙ୍କ ସମସ୍ୟା ସମାଧାନ ଦାବିରେ ଭାରତୀୟ ମଜଦୁର ସଂଘର ଦାବିପତ୍ର

ଖୋର୍ଦ୍ଧା: ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଭାପତି ଗଣେଶ୍ୱର ଦାସ, ଉପସଭାପତି ଶରତ କୁମାର ସାହୁ, ସମ୍ପାଦକ ଅକ୍ଷୟ ରାଉତରାୟ, ବ୍ଲକ ସଭାପତି ସୁଦର୍ଶନ ରଣା, ବ୍ଲକ ସମ୍ପାଦକ ମୀନକେତନ ମହାନ୍ତି, ମନୋରଂଜନ ପରିଡ଼ା, ପ୍ରଭାତ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ବିକ୍ଷୋଭ ପରେ ଏକ ଦାବିପତ୍ର ବ୍ଲକ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଦାବି ସମ୍ପର୍କରେ ସଭାପତି ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟର ଅସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରିବା, ରାଜ୍ୟ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡକୁ ଅଧିକ ପାଣ୍ଠୀ ଯୋଗାଇ ଦେବା, ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ପଞ୍ଜିକରଣ କରିବା, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ନିର୍ମାଣ ଶ୍ରମିକଙ୍କୁ ବାସଗୃହ ପ୍ରଦାନ କରିବା ଆଦି ଦାବି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe