ଶ୍ରମିକ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଏମ୍ଏସ୍‌ର ଦାବିପତ୍ର ପ୍ରଦାନ 

Advertisment
ଶ୍ରମିକ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଏମ୍ଏସ୍‌ର ଦାବିପତ୍ର ପ୍ରଦାନ 
ଭଦ୍ରକ: ବିହାରର ପାଟଣା ଠାରେ ଗତ ୭ ତାରିଖରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘର ଅଧିବେଶନରେ ଉପସ୍ଥାପିତ ହୋଇଥିବା  ୪ ଦଫା ଦାବି ନେଇ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥି ସହିତ ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲ୍ ଆପୋଲୋ ହସ୍ପିଟାଲର ମନମୁଖି କାର୍ଯ୍ୟକୁ ପ୍ରତିବାଦ କରି ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦେଶର ସମସ୍ତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା, ଠିକା ପ୍ରଥା ତଥା ଠିକା ଶ୍ରମ ଆଇନ ୧୯୭୦ର ଆବଶ୍ୟକ ସଂଶୋଧନ, ଦେଶର ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯିବା, ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ଆଧାରିତ  ମଜୁରୀ ନିର୍ଦ୍ଧାରଣ କରାଯିବା  ଭଳି ପ୍ରମୁଖ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସେହିପରି ରାଜ୍ୟର ଆପୋଲୋ ହସ୍ପିଟାଲରେ ଆଥିର୍କ ଅନିୟମିତା, କର୍ମଚାରୀମାରଣ ନୀତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ଅର୍ଥ ହଡ଼ପ, ଗରିବ ରୋଗୀଙ୍କୁ ଲୁଟ, କର୍ମଚାରୀଙ୍କ ପାଇଁ ସ୍ବର ଉେତ୍ତାଳନ କରୁଥିବା ଆପୋଲୋ ହସ୍ପିଟାଲର ମଜଦୁର ସଂଘର ସାଧାରଣ ସମ୍ପାଦକ ପାର୍ଥସାରଥି ମହାନ୍ତିଙ୍କୁ ବଦଳି ବାତିଲ କରାଯିବା ଦାବି ନେଇ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
publive-image
ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳଙ୍କ ନେତୃତ୍ଵରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର, ରାଜ୍ୟ ଆଶାକର୍ମୀ ସଂଘର ସହପ୍ରଭାରୀ ମୁକ୍ତିକାନ୍ତ ସାହୁ, ସହସମ୍ପାଦକ ବସନ୍ତ କୁମାର ରାଉତ, ଅଲ୍ ସଡ଼ିଶା ଅଙ୍ଗନଓ୍ଵାଡି ଲେଡିଜ୍ ଓ୍ଵାର୍କର୍ସ ଆସୋସିଏସନର ଜିଲ୍ଲା ସମ୍ପାଦିକା ଅନ୍ନପୂର୍ଣ୍ଣା ବିଶ୍ଵାଳ, ସଭାନେତ୍ରୀ ଜୟନ୍ତୀ ଜେନା, ଆଶାକର୍ମୀ ସଂଘର ସମ୍ପାଦିକା ସଞ୍ଜୁଲତା ରାଉତ, ସଭାନେତ୍ରୀ ତିଳୋତ୍ତମା ଦାସ, ନିର୍ମାଣ ଶ୍ରମିକ ସଂଘର କାର୍ଯ୍ୟକତ୍ତର୍ା କମଳାକାନ୍ତ ସାହୁ, ରବି ନାରାୟଣ ଦେଓ, ନାରାୟଣ ପାଣିଗ୍ରାହୀ ପ୍ରମୁଖ ବନ୍ତ ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଯାଇଥଥିଲେ। ସେଠାରେ ଏକ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପରେ ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe