ଘରେ ପଶି ଆକ୍ରମଣ କଲା ବାର୍‌ହା

ଅନୁଗୁଳ ଜିଲ୍ଲା ତାଳଚେରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍ ସମୟରେ ଘରେ ବାର୍‌ହା ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଛି। ବାର୍‌ହାର ଅତର୍କିତ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି...

5annbzxaw

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍ ସମୟରେ ଘରେ ବାର୍‌ହା ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଛି। ବାର୍‌ହାର ଅତର୍କିତ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି। ଗୁରୁତରଦ୍ୱୟ ହେଲେ ୬୦ ବର୍ଷୀୟା ଚତୁରୀ ନାଏକ ଓ ୧୦ ବର୍ଷୀୟ ରାଜା ନାଏକ। ଆହତ ଦୁଇଜଣ ପଡ଼ୋଶୀ। 

ଗୁରୁବାର ସକାଳେ ଚତୁରୀ ଘରେ ନିଜ କାମ କରୁଥିବା ବେଳେ ହଠାତ୍‌ ଏକ ବାର୍‌ହା ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ବାର୍‌ହାଟି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଚତୁରୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିବାରୁ ବାର୍‌ହାଟି ନିକଟରେ ଥିବା ରାଜା ନାଏକଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା। 

ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ବାର୍‌ହାକୁ କାବୁ କରି ଏକ ଘର ଭିତରେ ତାଲା ପକାଇ ଦେଇଛନ୍ତି । ଏହା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ କର୍ମଚାରୀମାନେ ପହଞ୍ଚି ବାର୍‌ହାକୁ ନେଇ ଜଙ୍ଗଲରେ ପହଞ୍ଚିବା ପାଇଁ ଯୋଜନା କରୁଛନ୍ତି।

ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଚତୁରୀ ଓ ରାଜାଙ୍କୁ ତାଳଚେର ମଣ୍ଡପାଳସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe