ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଞ୍ଜୁଟିକିରି ଗ୍ରାମ ନିକଟରେ ପ୍ରବାହିତ ମନ୍ତେଇ ନଈ ଘାଟରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଡଙ୍ଗାରେ ଥିବା ସମସ୍ତ ୬୦ରୁ ଉର୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। କେତେକ ବ୍ୟକ୍ତି ନିଜେ ପହଁରି ପହଁରି କୂଳରେ ପହଞ୍ଚିଥିବାବେଳେ ଆଉ କେତେ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ତେବେ ଏହି ଡଙ୍ଗାରେ ଥିବା ଲୋକମାନଙ୍କର ୧୨ଟି ମୋଟର ସାଇକେଲ ନଦୀରେ ବୁଡ଼ିଯାଇଛି। ଉଦ୍ଧାରକାରୀ ଦଳ ନିଖୋଜ ବାଇକଗୁଡ଼ିକର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ମନ୍ତେଇ ନଦୀରେ ବୁଡ଼ିଗଲା ଡଙ୍ଗା: ଅଳ୍ପକେ ରକ୍ଷା ପାଇଲେ ୬୦ ଯାତ୍ରୀ
Advertisment
Follow Us