ନବରଙ୍ଗପୁରରେ ମିଳୁଛି ମହଙ୍ଗା ଛତୁ, କିଲୋ ହେଉଛି ୧୫ଶହ ଟଙ୍କା

Advertisment
ନବରଙ୍ଗପୁରରେ ମିଳୁଛି ମହଙ୍ଗା ଛତୁ, କିଲୋ ହେଉଛି ୧୫ଶହ ଟଙ୍କା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ପ୍ରକାର ମହଙ୍ଗା ଛତୁ ମିଳୁଛି, ଯାହାର ମୂଲ୍ୟ ପନ୍ଦରଶହ ଟଙ୍କାରୁ ଆରମ୍ଭ ହେଉଛି। ଏହି ଛତୁର ନାମ ବି ବଡ଼ ବିଚିତ୍ର, ଲୋକମାନେ ଏହି ଛତୁ ବଡ଼ା ଛତୁ ବୋଲି କହୁଛନ୍ତି।

ସୂଚନାଯୋଗ୍ୟ, ନବରଙ୍ଗପୁର ଓ ଉମରକୋଟରେ ବଡ଼ା ଛତୁ ଚହିଦା କାହିଁରେ କ’ଣ ରହିଛି। ଆଦିବାସୀ ଅଞ୍ଚଳରେ ଏହି ବଡାଛତୁର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ବଜାରକୁ ଏହି ଛତୁ ଆସିବା ମାତ୍ରେ ଏହା ଅଧଘଣ୍ଟା ଭିତରେ ବିକ୍ରି ହୋଇଯାଉଥିବା ନେଇ ବ୍ୟବସାୟୀ କହିଛନ୍ତି। ମାଛ ମାଂସଠାରୁ ବି ସ୍ୱାଦିଷ୍ଟ ବୋଲି କୁହାଯାଉଛି। ଏହି ଛତୁର କିଲୋ ପିଛା ମୂଲ୍ୟ ୧୫ଶହ ଟଙ୍କାରେ ଆରମ୍ଭ ହୋଇଛି। ବଡା ଛତୁ ମୌସୁମୀର ପ୍ରଥମ ବର୍ଷା ପରେ ଶାଳ ଗଛର ମୂଳରୁ ବାହାରିଥାଏ । ଆଦିବାସୀ ପୁରୁଷ ଓ ମହିଳାମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ଓ ବଜାରରେ ଆଣି ବିକ୍ରି କରିଥାନ୍ତି । ଏହି ବଡା ଛତୁକୁ ଏବେ ନବରଙ୍ଗପୁର ଜିଲ୍ଲା ବାହାରକୁ ବି ରପ୍ତାନୀ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe