ମୟୂରଭଞ୍ଜ ଜିଲ୍ଲା ବଡିବିଲ୍ଡିଂ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ

ମୟୂରଭଞ୍ଜ ଜିଲ୍ଲା ବଡିବିଲ୍ଡିଂ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ

Sambad

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ଆଜି ସ୍ଥାନୀୟ ଡିଭାଇନ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍‌ନୋଲଜି ପରିସରରେ ମୟୂରଭଞ୍ଜ ଜିଲ୍ଲା ବଡିବିଲ୍ଡିଂ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ଆସୋସିଏସନର କାର୍ଯ୍ୟକାରୀ ସଭାପତି ଭାବେ ପରେଶ ଚନ୍ଦ୍ର ମହାନ୍ତଙ୍କୁ ମନୋନୀତ କରାଯାଇଛି। ରଞ୍ଜନ ବାନାର୍ଜୀ ଓ ବିଜୟ ମିଶ୍ରଙ୍କୁ ମୁଖ୍ୟ ଉପଦେଷ୍ଟା, କୃଷ୍ଣାନନ୍ଦ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ଅରୁପ ଦାସ, ସଞ୍ଜୀବ ଦ୍ବିବେଦୀ ପ୍ରମୁଖଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଭାବେ ମନୋନୀତ କରାଯାଇଛି। ଇଂ. ବିପ୍ଳବ ଭଞ୍ଜନ ବୁଗୁଡ଼େଇଙ୍କୁ ଆସୋସିଏସନ୍‌ର ସଭାପତି ଭାବେ ଚୟନ କରାଯାଇଛି। ଉପସଭାପତି ଭାବେ ଜିତେନ୍ଦ୍ର ବେହେରା, ତରୁଣ ମ‌ହାନ୍ତି, ଶିବୁ ପଟ୍ଟନାୟକ, ଦିଲୀପ ଦାସ, ସତ୍ୟପ୍ରକାଶ ନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି।

ସାଧାରଣ ସମ୍ପାଦକ ଭାବେ ଲୋହିତ ଦାଶଙ୍କୁ ଚୟନ କରାଯାଇଥିବାବେଳେ ଅଭିଷେକ ଦାସ, ବିକ୍ରମ ବେହେରା, ସୁଜିତ କୁମାର ସାହୁ, ସତ୍ୟରଞ୍ଜନ ପଣ୍ଡା, ଚନ୍ଦନ ଦିକ୍ଷୀତ, ସତ୍ୟାନନ୍ଦ ଜେନା, ସଂଗ୍ରାମ କେଶରୀ ଦେବଙ୍କୁ ମନୋନୀତ କରାଯାଇଛି। ‌କୋଷାଧ୍ୟକ୍ଷ ଭାବେ କାହ୍ନୁ ଚରଣ ବେହେରା, ସାଧାରଣ ପରିଷଦ ସଦସ୍ୟଭାବେ ଦେବାନନ୍ଦ ଗୋସ୍ବାମୀ, ବିନୋଦ କୁମାର ସାହୁ, ଏମ୍‌ଡି କରିମ, ସମ୍ବିତ କୁମାର ବସା, ସୁଶାନ୍ତ କୁମାର କରଣ, ବିଜୟ ବାରିକ, ଚନ୍ଦନ ପାତ୍ର, ସମୀର ସାହୁ, ବିଜୟ ଶ୍ରୀରାମ, ସାନୁ ମିଶ୍ର, ଦୈପାୟନ ବେହେରା, ତାପସ ମହାନ୍ତି ପ୍ରମୁଖଙ୍କୁ ଚୟନ କରାଯାଇଛି। ଆସନ୍ତା ମେ ମା‌ସରେ ଜୁବୁଲି ଲାଇବ୍ରେରୀ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ନିଷ୍ପତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe