ବାଲିଅନ୍ତା : କୁଶଭଦ୍ରା ନଦୀରେ ଭାସୁଛି ଅଜଣା ମହିଳାଙ୍କ ଶବ

Advertisment
ବାଲିଅନ୍ତା : କୁଶଭଦ୍ରା ନଦୀରେ ଭାସୁଛି ଅଜଣା ମହିଳାଙ୍କ ଶବ

indicative image

ବାଲିଅନ୍ତା : ବାଲିଅନ୍ତା  ଥାନା କୁଶଭଦ୍ରା ନଦୀରେ ମହିଳାଙ୍କ ମୃତଦେହ ଭାସୁଥିବା ସୂଚନା ହସ୍ତଗତ ହୋଇଛି । ଏହି ନଦୀ ଉପରେ ନିର୍ମିତ ଭିଙ୍ଗାରପୁର ବ୍ରିଜ ତଳେ ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ମୃତଦେହଟି ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଛି । ଘଟଣାସ୍ଥଳରେ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହେଲା ସେସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳି ନାହିଁ । ଏହା ଏକ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe