ଖୋର୍ଦ୍ଧା: ରାସ୍ତାକଡ଼ରୁ ଅଜଣା ଯୁବତୀଙ୍କ ତଣ୍ଟିକଟା ଅର୍ଦ୍ଧଉଲଗ୍ନ ମୃତଦେହ ଜବତ,ଯୁବତୀଙ୍କ ହାତରେ ଚିତାକୁଟି ଲେଖାଯାଇଛି ‘ଲିପି’

ଖୋର୍ଦ୍ଧା: ରାସ୍ତାକଡ଼ରୁ ଅଜଣା ଯୁବତୀଙ୍କ ତଣ୍ଟିକଟା ଅର୍ଦ୍ଧଉଲଗ୍ନ ମୃତଦେହ ଜବତ,ଯୁବତୀଙ୍କ ହାତରେ ଚିତାକୁଟି ଲେଖାଯାଇଛି ‘ଲିପି’

ଖୋର୍ଦ୍ଧା/ବେଗୁନିଆ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଟିକାତାଳ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରାଯାଇଛି। ଯୁବତୀଙ୍କ ବୟସ ୨୦ରୁ ୨୪ ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଇଛି। ତାଙ୍କ ତଣ୍ଟିକୁ କାଟି ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଥିିବା ଆଶଙ୍କା କରାଯାଉଛି। ପାରିପାଶ୍ୱିକ ଅବସ୍ଥାକୁ ଯୁବତୀଙ୍କୁ ଅନ୍ୟତ୍ର କେଉଁ ସ୍ଥାନରେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇ ଆଣି ଏଠାରେ ଫିଙ୍ଗି ଦିଆଯାଇଛି। ଖବର ପାଇ ବେଗୁନିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଟିକାତାଳ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଜଣେ ଯୁବତୀଙ୍କ ତଣ୍ଟିକଟା ଓ ଅର୍ଦ୍ଧର୍ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ବାମ ହାତରେ ଇଂରାଜୀରେ ‘ଲିପି’ ବୋଲି ଚିତାକୁଟା ଯାଇ ଖେଲାଯାଇଛି। ସେହିପରି ସେ ପିନ୍ଧି ିଥିବା ଲେଗିନ୍ସଟି ଚିରିଯାଇଥିବାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଘଟଣାସ୍ଥଳରେ ହତ୍ୟାର କୌଣସି ସୂଚନା ନ ଥିବାରୁ, ଅନ୍ୟତ୍ର କେଉଁଠାରେ ଯୁବତୀଙ୍କୁ ହତ୍ୟା କରାଯାଇ ଆଣି ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe