ବୋଲଗଡ଼: ବନ୍ଦ ଡାକରା ଯୋଗୁଁ  ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ବୋଲଗଡ଼: ବନ୍ଦ ଡାକରା ଯୋଗୁଁ  ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ

ବୋଲଗଡ଼: ବୋଲଗଡ଼ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଆଜି ବୋଲଗଡ଼ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଯୋଗୁଁ ୫୭ ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଉଭୟ ପଟୁ ଆସୁଥିବା ଶହଶହ ଗାଡ଼ିମୋଟର ରାସ୍ତାରେ ଅଟକି ରହିଛନ୍ତି।

ବୋଲଗଡ଼ ବଣିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବୋଲଗଡ଼ ବଜାର ଉପରେ ଜାତୀୟ ରାଜପଥରେ ବସି ରହିଥିବା ବେଳେ ଅନ୍ୟ କେତେକ ବୋଲଗଡ଼ ଡାକ୍ତରଖାନା ପରିସରରେ ଅନଶନରେ ବସିଛନ୍ତି।

ବୋଲଗଡ଼ ଡାକ୍ତରଖାନା ଉପରେ ହଜାର ହଜାର ଲୋକେ ନିର୍ଭର କୁରୁଥିବା ବେଳେ  ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏହି ଡାକ୍ତରଖାନାକୁ ସର୍ବନିମ୍ନ ଭିତ୍ତିଭୂମି ଯୋଗାଇବାରେ ବିଫଳ ହୋଇଛନ୍ତି। ଫଳରେ ହଜାର ହଜାର ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବା ନ ପାଇ ହଇରାଣ ହେଉଥିବା ଅଭିଯୋଗ କରି ବୋଲଗଡ଼ ବଣିକ ସଂଘ ଏହି ବନ୍ଦ ଡାକରା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe