ବଲାଙ୍ଗୀର: ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ବଲାଙ୍ଗୀର: ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ସୁଶାନ୍ତ ମିଶ୍ରଙ୍କର ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ବଲାଙ୍ଗୀର- ସମ୍ବଲପୁର ରାସ୍ତାର ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବିରମୁଣ୍ଡା ଠାରେ ଥିବା ଏକ ଫାର୍ମ ହାଉସରୁ ତାଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ଫାର୍ମ ହାଉସର ଏକ କୋଠରି ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମାତ୍ର ଏକ ଆଲମୁନିୟମ ଡେକ୍‌ଚି ଭିତରେ ତା ତାଙ୍କ ପାଦ ରହିଥିବା ବେଳେ ସେ ଠିଆ ହୋଇଥିବା ଅବସ୍ଥାରେ ରହିଛନ୍ତି। ତେଣୁ ଏହା ଏକ ଆତ୍ମହତ୍ୟା କିମ୍ବା ହତ୍ୟା ସେ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଫାର୍ମ ହାଉସ ନିକଟରେ ଶ୍ରୀ ମିଶ୍ରଙ୍କ ଡୁଏଟ୍‌ ବାଇକ୍‌ଟି ରଖାଯାଇଛି। ଏକ ରସିରେ ତାଙ୍କ ବେକ ବନ୍‌ଦାଯାଇ ଘରର ଓରାରେ ଝୁଲିଥିବା ଅବସ୍ଥାରେ ମିଳିଛି। ସାଧାରଣତଃ ଫାଶି ଦେଇ ଆତ୍ମହତ୍ୟା କରିଥିବା ଲୋକର ଶାରୀରିକ ଲକ୍ଷଣ ଓ ପାରିପାର୍ଶ୍ୱିକ ଅବସ୍ଥା ଯାହା ଥାଏ ଏ କ୍ଷେତ୍ରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଣୁ ତାଙ୍କ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ ପାଇଛି। କଂଗ୍ରେସ ରାଜନୀତିରେ ଶ୍ରୀ ମିଶ୍ର ବେଶ୍‌ ସକ୍ରିୟ ଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ରାଜନୈତିକ ଆଲୋଚନା ମଧ୍ୟ ଆରମ୍ଭ ହୋଇ ଯାଇଛିି। ଖବର ପାଇ ସଦର ଥାନାର ଭାରପ୍ରାପ୍ତ ଅଧିକାର ତଥା ଟ୍ରେନି ଆଇପିଏସ ଅଫିସର ଖିଲାରି ଋଷିକେଶ ଓ ଏଏସଆଇ ତପସ୍ୱିନୀ ସେଠ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe